ଭୟଙ୍କର ସଡ଼କ ଦୁର୍ଘଟଣା, ୩୭ ମୃତ ଓ ୧୩ ଆହତ

ଦକ୍ଷିଣ ପେରୁରେ ବୁଧବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଅନ୍ୟ ଏକ ଗାଡ଼ି ସହିତ ଧକ୍କା ହୋଇ ଗଭୀର ଘାଟିକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଅତି କମରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ବୋଲି କହିଛନ୍ତି ଅଧିକାରୀମାନେ । ଏଥିସହ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି ।

road accident

ଆରେକ୍ୱିପା ଅଞ୍ଚଳର ସ୍ୱାସ୍ଥ୍ୟ ପରିଚାଳକ ୱାଲ୍ଟର ଓପୋର୍ଟୋ ସ୍ଥାନୀୟ ରେଡିଓ RPPକୁ କହିଛନ୍ତି ଯେ ବସ୍ ଟି ଏକ ପିକଅପ୍ ଟ୍ରକ୍ ସହିତ ଧକ୍କା ଖାଇ ରାସ୍ତାରୁ ଖସି ଏକ ଖାତକୁ ଖସି ପଡ଼ିଥିଲା । ବସ୍ ଟି ଚାଲା ସହରରୁ ବାହାରି ଆରେକ୍ୱିପା ଅଭିମୁଖେ ଯାଉଥିବା ବେଳେ ଦକ୍ଷିଣ ପେରୁରେ ହଠାତ୍ ଅନ୍ୟ ଏକ ଗାଡ଼ି ସହିତ ଧକ୍କା ହୋଇଥିଲା । ଚାଲା ହେଉଛି ଦକ୍ଷିଣ ପେରୁର ଏକ ଖଣି ଅଞ୍ଚଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+