ଦୀର୍ଘ ଦୁଇ ଘଣ୍ଟା ଧରି ସାକ୍ଷାତ ଆଲୋଚନା ପରେ ୟୁକ୍ରେନ-ରୁଷିଆ ମଧ୍ୟରେ ଶାନ୍ତି କଥାବାର୍ତ୍ତାହେଲା ଶେଷ

ଜେନେଭାଠାରେ ୟୁକ୍ରେନ୍‍ ଏବଂ ରୁଷିଆ ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟା ଧରି ସାକ୍ଷାତ ଆଲୋଚନା ପରେ ଶାନ୍ତି କଥାବାର୍ତ୍ତା ଶେଷ ହୋଇଛି । ୟୁକ୍ରେନ୍‍ ରାଷ୍ଟ୍ରପତି ଭୋଲ୍‍ଡିମିର୍‍ ଜେଲେନେକ୍ସି କହିଛନ୍ତି, ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା କଷ୍ଟକର ଥିଲା ଏବଂ ରୁଷିଆକୁ ସମାଲୋଚନା କରି ସେ କହିଛନ୍ତି, ଦୀର୍ଘ ୪ ବର୍ଷ ଧରି ଉଭୟ ରାଷ୍ଟ୍ର ମଧ୍ୟରେ ଚାଲିଥିବା ଯୁଦ୍ଧର ସମାଧାନ ଦିଗରେ ରୁଷିଆ ବିଳମ୍ବ କରୁଛି ।
ସ୍ୱିଜରଲାଣ୍ଡଠାରେ ଉଭୟଙ୍କ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଆମେରିକା ମଧ୍ୟସ୍ଥତା କରିଥିଲା ।

putin

ଏ ଦିଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ ଦୁଇଥର ପଦକ୍ଷେପ ଗ୍ରହଣ କରିଥିଲେ । ଜେଲେନେକ୍ସିଙ୍କ ମତାମତ ପରେ ରୁଷିଆ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇ କୁହାଯାଇଛି, ଉଭୟଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ରୁଷିଆର ମୁଖ୍ୟ ମଧ୍ୟସ୍ଥତାକାରୀ ଭ୍ଲାଡିମିର୍‍ ମେଡିନ୍‍ସ୍କି ସାମ୍ବାଦିକମାନଙ୍କୁ ଜେନେଭାଠାରେ କହିଛନ୍ତି, ଦୁଇ ରାଷ୍ଟ୍ର ମଧ୍ୟରେ ଖୁବ୍‍ ଶୀଘ୍ର ବୁଝାମଣା ହେବ କିନ୍ତୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+