ଲ୍ୟାଣ୍ଡିଂ ବେଳେ ଓଲଟିଲା ବିମାନ, ୧୮ଜଣ ଆହତ

ପୁଣି ଏକ ବଡ଼ ବିମାନ ଦୁର୍ଘଟଣା । କାନାଡ଼ା ଟରୋଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣବେଳେ ଓଲଟିଲା ବିମାନ। ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଡେଲ୍ଟା ଏୟାରଲାଇନ୍ସର ବିମାନ ସଂଖ୍ୟା ୪୮୧୯ ଅବତରଣ ବେଳେ ରନ୍‌ୱେରେ ଦୁର୍ଘଟଣାଗସ୍ତ ହୋଇଛି। ରନ୍‌ଓ୍ବେରେ ଖସି ବିମାନଟି ସମ୍ପୂର୍ଣ୍ଣ ଓଲଟି ପଡିଛି। ଦୁର୍ଘଟଣା ପରେ ବିମାନରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।ତୁରନ୍ତ ଯାତ୍ରୀମାନଙ୍କୁ ବାହାର କରାଯିବା ସହ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଡ୍ରାଏ ରନୱେ ଥିଲା । କ୍ରସ ୱିଣ୍ଡ ନଥିଲା ବୋଲି ଟରୋଣ୍ଟୋ ପିଏରସନ ଫାୟାର ଚିଫ କହିଛନ୍ତି । ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି । ଟରୋଣ୍ଟୋ ପିଏରସନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଟର୍ମିନାଲ-୩ରୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ହେଲେ ଡେଲଟା ଏୟାରଲାଇନସ ଫ୍ଲାଇଟ ସମେତ ବିଭିନ୍ନ ବିମାନର ଉଡ଼ାଣ ବାତିଲ କିମ୍ବା ବିଳମ୍ବିତ ହୋଇଛି ।

ସୂଚନା ଯୋଗ୍ୟକିଛି ଦିନ ତଳେ ଆମେରିକାରେ ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏରିଜୋନା ସ୍କଟସଡେଲ ଏୟାରପୋର୍ଟରେ ଦୁଇଟି ଜେଟ ବିମାନ ପରସ୍ପର ସହିତ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।

canada plane crash

ଦୁର୍ଘଟଣା ପରେ ବିମାନ ବନ୍ଦରର ରନୱେକୁ ବନ୍ଦ କରିଦିଆଯାଇଥିଲା । ସ୍କଟସଡେଲ ଏୟାରପୋର୍ଟର ଜଣେ ଅଧିକାରୀଙ୍କ କହିବା ମୁତାବକ, ଏକ ମଧ୍ୟମ ଆକାରର ବିଜନେସ ଜେଟ ନିଜ ସ୍ଥାନରେ ଠିଆ ହୋଇଥିବା ବେଳେ ଅନ୍ୟ ଏକ ବିଜନେସ ଜେଟ ଧକ୍କା ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+