ଇମ୍ରାନ ଖାନ ହିଁ ରହିବେ ପାକିସ୍ତାନର ପ୍ରଧାନମନ୍ତ୍ରୀ !
ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କଲେ ଉପବାଚସ୍ପତି । ବିଦେଶୀ ରାଷ୍ଟ୍ରର ଷଡ଼ଯନ୍ତ୍ର ଦର୍ଶାଇ ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଛନ୍ତି ଉପବାଚସ୍ପତି ।
ଇସଲାମାବାଦ: ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ରଦ୍ଦ । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ରଦ୍ଦ କଲେ ଉପବାଚସ୍ପତି । ବିଦେଶୀ ରାଷ୍ଟ୍ରର ଷଡ଼ଯନ୍ତ୍ର ଦର୍ଶାଇ ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଛନ୍ତି ଉପବାଚସ୍ପତି । ଉପବାଚସ୍ପତି କାସୀମ ଖାନ ସୁରୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ନ୍ୟାସନାଲ ଆସେମ୍ବଲି ସ୍ଥଗିତ ରଖାଯାଇଛି।

ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ ପାଇଁ ଇମ୍ରାନ ଖାନ୍ ସୁପାରିସ କରିଛନ୍ତି। ଏଥିସହ ସାନି ନିର୍ବାଚନ ପାଇଁ ମଧ୍ୟ ସେ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି। ଦେଶବାସୀଙ୍କୁ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଇମ୍ରାନ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବ ଖାରଜ ପାଇଁ ଉପବାଚସ୍ପତିଙ୍କୁ କୃତଜ୍ଞତା ଜଣାଇ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିର ହାତ ଥିବା ପୁଣି ଦୋହରାଇଛନ୍ତି ଇମ୍ରାନ।
ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଦିନ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ଏହା ବିରୋଧିଙ୍କ ଚାଲ୍ ନୁହେଁ, ବରଂ ଏହା ପଛରେ ବିଦେଶୀ ଶକ୍ତି ରହିଛି ବୋଲି ଇମ୍ରାନ ଖାନ୍ ଦାବି କରିଥିଲେ। ଏହି ସମୟରେ ଏପ୍ରିଲ ୧ରେ ଏହି ପ୍ରସ୍ତାବକୁ ନେଇ ଆଲୋଚନା ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ପୁଣି ଗୃହକୁ ଏପ୍ରିଲ ୩ ତାରିଖ ଯାଏଁ ମୁଲତବୀ କରାଯାଇଥିଲା।
ତେବେ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ଖାନ କହିଛନ୍ତି କି ଏକ ବିଦେଶୀ ଚକ୍ରାନ୍ତ ପଣ୍ଡ ହୋଇଛି । ଏହା ସହ ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି ଇମ୍ରାନ ଖାନ । ସଂସଦ ଭଙ୍ଗ ପରେ ମଧ୍ୟବର୍ତ୍ତୀ ନିର୍ବାଚନ କରିବାକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି ଇମ୍ରାନ ।












Click it and Unblock the Notifications