୨୬/୧୧ ହମଲାର ଷଡ଼ଯନ୍ତ୍ରକାରୀ ତହୱୁର ରାଣାକୁ ଭାରତ ଅଣାଯିବ, ଆମେରିକା କୋର୍ଟ ଦେଲେ ଅନୁମତି
୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ପାକିସ୍ତାନୀ-କାନାଡ଼ା ବ୍ୟବସାୟୀ ତହଉର ହୁସେନ ରାଣାକୁ ବଡ଼ ଝଟ୍କା ଲାଗିଛି।୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ରାଣାକୁ ଭାରତକୁ ଫେରାଇ ଦେବା ପାଇଁ ଆମେରିକାର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପାକିସ୍ତାନୀ ବଂଶୋଦ୍ଭବ ତଥା କାନାଡିଆନ ବ୍ୟବସାୟୀ ରାଣା କାଲିଫର୍ଣ୍ଣିଆରେ ଥିବା ଆମେରିକୀୟ ଜିଲ୍ଲା କୋର୍ଟଙ୍କ ଆଦେଶ ବିରୋଧରେ ଆମେରିକାର ୟୁଏସ୍ କୋର୍ଟ ଅଫ୍ ଅପିଲ୍ ଫର ନାଇନ୍ଥ ସର୍କିଟରେ ଆବେଦନ କରିଥିଲେ। କାଲିଫର୍ଣ୍ଣିଆ କୋର୍ଟ ରାଣାଙ୍କ ଆବେଦନକୁ ଖାରଜ କରିଥିଲେ I ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କୁ ଭାରତକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ଭାରତ ପ୍ରତ୍ୟର୍ପଣ ନ କରିବାକୁ ଆମେରିକାର ଏକ କୋର୍ଟରେ ତହଉର କରିଥିବା ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ରହିଥିବା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ତହଉରକୁ ଭାରତ ପ୍ରତ୍ୟର୍ପଣ କରାଯାଇ ପାରିବ ବୋଲି ଆମେରିକାର ଆପିଲେଟ୍ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ କାଲିଫର୍ନିଆର ଏକ କୋର୍ଟ ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ।
ଏହାକୁ ଚ୍ୟାଲେଞ୍ଜ କରି ରାଣା ଆମେରିକାର ଆପିଲେଟ୍ କୋର୍ଟରେ ଆବଦେନ କରିଥିଲା। ଉଚ୍ଚ ଅଦାଲତ ରାଣାର ଆବେଦନକୁ ଖାରଜ କରିଦେବା ସହିତ କାଲିଫର୍ନିଆ କୋର୍ଟଙ୍କ ରାୟ ସମର୍ଥନରେ ନିଜ ରାୟ ଶୁଣାଇଛନ୍ତି। ସୁଚନାଯୋଗ୍ୟ ଯେ,୨୦୦୮ ନଭେମ୍ବର ୨୬ରେ ଆତଙ୍କବାଦୀମାନେ ମୁମ୍ବଇର ତାଜ ହୋଟେଲରେ ଆକ୍ରମଣ କରିବା ସହିତ ବିଦେଶୀ ପ୍ରତିନିଧି ଏବଂ ଯାତ୍ରୀମାନଙ୍କୁ ପଣବନ୍ଦୀ କରିଥିଲେ। ଏହି ଘଟଣାରେ ରହଉର ରାଣାର ସମ୍ପୃକ୍ତି ଥିବା ଭାରତ ପକ୍ଷରୁ ଅଭିଯୋଗ ହୋଇଥିଲା।












Click it and Unblock the Notifications