ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏବେ ପାକିସ୍ତାନର ଏଣ୍ଟ୍ରି, ପାଲେଷ୍ଟାଇନକୁ କାଶ୍ମୀର ସହ ହେଲା ତୁଳନା

Pakistan Leaders Meet Hamas: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏବେ ପାକିସ୍ତାନର ଏଣ୍ଟ୍ରି । ଗାଜା ଷ୍ଟ୍ରିପରେ ଇସ୍ରାଏଲର ବୋମା ବିସ୍ଫୋରଣ ମଧ୍ୟରେ ପାକିସ୍ତାନର ନେତାମାନେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ନେତାଙ୍କୁ ଭେଟିଛନ୍ତି । ଯେଉଁଥିରେ ପାଲେଷ୍ଟାଇନକୁ କାଶ୍ମୀର ସହିତ ତୁଳନା କରାଯାଇଛି। ପାକିସ୍ତାନର ଏକ ପ୍ରମୁଖ ଧାର୍ମିକ ଦଳ ଜାମିଆତ୍ ଉଲେମା-ଇ-ଇସଲାମ ପାକିସ୍ଥାନ (JUI-F) ର ମୁଖ୍ୟ ମୌଲାନା ଫଜଲୁର ରେହମାନ କାଟାରରେ ହମାସ ମୁଖ୍ୟ ଇସମାଇଲ ହାନିଆ ଏବଂ ପୂର୍ବତନ ମୁଖ୍ୟ ଖାଲିଦ ମଶଲଙ୍କୁ ଭେଟି କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି।

ଏହି ବୈଠକରେ ପାକିସ୍ତାନୀ ନେତାମାନେ ଗାଜା ଅଞ୍ଚଳର ଲୋକଙ୍କ ସହ ଏକତା ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ନେତାମାନେ ଶନିବାର କତାରରେ ପହଞ୍ଚିଥିଲେ ଏବଂ ପରେ ସେମାନେ ହମାସ ନେତାଙ୍କ ସହ ଆଲୋଚନା କରିଥିଲେ । ରହମାନ କହିଛନ୍ତି ଯେ, ଇସ୍ରାଏଲର ଅନ୍ୟାୟ ବିରୁଦ୍ଧରେ ଏକଜୁଟ୍ ହେବା ପ୍ରତ୍ୟେକ ମୁସଲମାନ ଦେଶମାନଙ୍କର କର୍ତ୍ତବ୍ୟ ।

Pakistan Leaders Meet Hamas

ପାକିସ୍ତାନୀ ନେତାମାନେ ଏକ ସମୟରେ ହମାସ୍ ନେତାଙ୍କୁ ଭେଟିଛନ୍ତି ଯେଉଁ ସମୟରେ ପାକିସ୍ତାନରେ ଦାବି କରାଯାଉଛି ଯେ, ପାକିସ୍ତାନୀ ସେନାକୁ ହମାସକୁ ସାହାଯ୍ୟ କରିବା ପାଇଁ ଗାଜା ଷ୍ଟ୍ରିପକୁ ପଠାଯାଉ। ଏଥି ସହିତ ଘାଜାରେ ହାମାସ ନିୟନ୍ତ୍ରିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ଦାବି କରିଛି ଯେ ଅକ୍ଟୋବର 7 ତାରିଖରୁ ଇସ୍ରାଏଲର ଯୁଦ୍ଧ ବିମାନ ଗାଜା ଉପରେ କ୍ରମାଗତ ବିମାନ ଆକ୍ରମଣ କରିଛି ଯେଉଁଥିରେ 4,800 ପିଲାଙ୍କ ସମେତ 9,770 ରୁ ଅଧିକ ଲୋକଙ୍କର ହତ୍ୟା ହୋଇଛି ।

ଏଥି ସହ ପାକିସ୍ତାନୀ ଧାର୍ମିକ ଦଳ JUI-F ର ମୌଲାନା ରେହମାନ ହାମାସ ନେତାଙ୍କ ସହ ସାକ୍ଷାତ ସମୟରେ କହିଛନ୍ତି ଯେ, ତଥାକଥିତ ବିକଶିତ ଦେଶର ହାତ ନିରୀହ ମହିଳା ଏବଂ ଶିଶୁଙ୍କ ରକ୍ତରେ ଦାଗ ହୋଇଛି। ଯିରୁଶାଲମର ଅଲ-ଆକସା ମସଜିଦ ବିଷୟରେ ସେ କହିଛନ୍ତି, ଯେ ପାଲେଷ୍ଟାଇନୀୟମାନେ କେବଳ ନିଜ ଜମି ପାଇଁ ଲଢି ନାହାଁନ୍ତି, ବରଂ ମୁସଲମାନ ଉମାଙ୍କ ତରଫରୁ ସେମାନେ ପ୍ରଥମ କିବଲାର ସ୍ୱାଧୀନତା ସଂଗ୍ରାମ କରି ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି।

ସୂଚନାଥାଉ ଯେ, ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୪୦୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଯାହା ପରେ ଇସ୍ରାଏଲ ଗାଡା ଆଞ୍ଚଳରେ ହମାସର ଆଡ୍ଡା ଉପରେ ଲଗାତାର ବୋମାବର୍ଷଣ ଜାରିରହିଛି । ଅନ୍ୟପଟେ ଇସ୍ରାଏଲ ସେମା ଏବେ ଗ୍ରାଉଣ୍ତ ଅପରେସନ୍ ମଧ୍ୟ ଆରମ୍ଭ କରିଦେଇଛି । ଯେଉଁ ଆକ୍ରମଣରେ ବର୍ତ୍ତମାନ ପ୍ରାୟ ୧୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+