ପ୍ରମାଣ କରିପାରିଲେନି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ; କହୁକହୁ କହିଦେଲେ ମିଛ

ଭାରତର ୫ ଯୁଦ୍ଧ ବିମାନ ଖସାଇଥିବା ନେଇ ମିଛ ପ୍ରଚାର କରୁଥିଲା ପାକିସ୍ତାନ। ହେଲେ ଭାରତୀୟ ବିମାନ ମାରି ଖସାଇବାର ପ୍ରମାଣ ଦେଇପାରିଲେନି ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାରରେ ପ୍ରମାଣ କରିପାରିଲେନି ଆସିଫ୍‌।

Pakistan s Defense Minister

ଚ୍ୟାନେଲ ପକ୍ଷରୁ ୫ ବିମାନ ମାରି ଖସାଇଥିବାର ତଥ୍ୟ ମଗାଯାଇଥିଲା । ତଥ୍ୟ ନଦେଇପାରି ବାଚାଳାମୀ କରିଥିଲେ ଆସିଫ୍‌। ନ୍ୟୁଜ ଚ୍ୟାନେଲକୁ ଶୁଣାଇଥିଲେ ମନଗଢ଼ା ଗପ। ୫ ବିମାନ ଖସାଇଥିବା ସୋସିଆଲ ମିଡିଆରେ ପ୍ରଚାର ହେଉଥିବା କହିଥିଲେ ଆସିଫ୍‌। ଖସିଥିବା ବିମାନର ସମସ୍ତ ଅଂଶବିଶେଷ କାଶ୍ମୀରରେ ପଡ଼ିଛି ବୋଲି ମଧ୍ୟ କହିଥିଲେ।

ଭାରତୀୟ ସୋସିଆଲ ମିଡିଆରେ ଏପରି ଖବର ବାଜୁଥିବା କହିଥିଲେ। ହେଲେ ପାକିସ୍ତାନ କେମିତି ବିମାନ ମାରି ଖସାଇଲା ପଚାରିବାରୁ କହିପାରି ନଥିଲେ।ଅନ୍ତର୍ଜାତୀୟ ସୀମା ଠାରୁ ୧୦୦ କିମି ଦୂରରେ ଥିବା ପାକିସ୍ତାନର ବାହାବଲପୁରରେ ଭାରତୀୟ ସେନା ମିସାଇଲ ମାଡ଼ କରିବା ଇସଲାମାବାଦର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପହଲଗାମ ହମଲା ପରେ ଭାରତର ପାଲଟା ଜବାବ ନିଶ୍ଚିତ ଥିବା ପାକିସ୍ତାନ ଜାଣିଥିଲା। ଏଥିପାଇଁ ପାକିସ୍ତାନ ଆଲର୍ଟରେ ରହିବା ସହ ଏୟାର ଡିଫେନ୍ସ ସିଷ୍ଟିମକୁ ଆକ୍ଟିଭେଟ କରିଥିଲା।ତଥାପି ଭାରତୀୟ ଯୁଦ୍ଧ ବିମାନ ପାକିସ୍ତାନରେ ପଶି ସଫଳତା ହାସଲ କରିଥିବାରୁ ଇସଲାମାବଦର ଚିନ୍ତା ବଢ଼ି ଯାଇଛି। ପାକିସ୍ତାନ ସେନା ଓ ସରକାର ବିରୋଧରେ ଜନ ଅସନ୍ତୋଷ ବଢ଼ୁଥିବା ବେଳେ ଏବେ ମିଛର ପ୍ରଚାର ଆରମ୍ଭ କରିଛି ଇସଲାମାବାଦ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+