Pakistan: ସେନା ଗୁଳିରେ ଗଲା ୩୦ ଆତଙ୍କବାଦୀଙ୍କ ଜୀବନ
Pakistan News: ପାକିସ୍ତାନ ସେନା ଆଫଗାନିସ୍ତାନ ସୀମାରେ ବଡ଼ ଧରଣର ଅପରେସନ୍ । ସେନା ଗୁଳିରେ ଗଲା ୩୦ ଆତଙ୍କବାଦୀଙ୍କ ଜୀବନ । ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ଦକ୍ଷିଣ ୱାଜିରିସ୍ତାନରେ ହୋଇଥିଲା। ଏହି ଏନକାଉଣ୍ଟରକୁ ନେଇ ପାକିସ୍ତାନୀ ସେନା ପକ୍ଷରୁ ମଧ୍ୟ ଏକ ବିବୃତ୍ତି ଜାରି କରାଯାଇଛି ।
ନ୍ୟୁଜ୍ ଏଜେନ୍ସି ରଏଟର୍ସର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନା କହିଛି ଯେ ଉଭୟ ଦେଶ ଅର୍ଥାତ୍ ପାକିସ୍ତାନ-ଆଫଗାନିସ୍ତାନ ରେ ସକ୍ରିୟ ଆତଙ୍କବାଦକୁ ସଫା କରିବା ପାଇଁ ଅପରେସନ୍ ସମୟରେ ଏହି ଏନକାଉଣ୍ଟର ହୋଇଥିଲା। ଦକ୍ଷିଣ ୱାଜିରିସ୍ତାନରେ ହୋଇଥିବା ଏହି ଏନକାଉଣ୍ଟରରେ ୩୦ ଜଣ ଇସଲାମିକ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଦକ୍ଷିଣ ୱାଜିରିସ୍ତାନ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ଆଦିବାସୀ ବହୁଳ ଅଞ୍ଚଳ। ଯାହା ଦୀର୍ଘ ସମୟ ଧରି ଇସଲାମିକ ଆତଙ୍କବାଦୀଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ପାଲଟିଛି । ଏହାକୁ ଏକ ଆଇନହୀନ ଅଞ୍ଚଳ ଭାବରେ ବିବେଚନା କରାଯାଏ । ୩୦ ଜଣ ଇସଲାମିକ ଆତଙ୍କବାଦୀଙ୍କୁ ହତ୍ୟା କରିବା ପରେ, ପାକିସ୍ତାନୀ ସେନା କହିଛି ଯେ ନିହତ ଆତଙ୍କବାଦୀମାନେ ଦେଶରେ ଗଣତାନ୍ତ୍ରିକ ସରକାରଙ୍କୁ ଶେଷ କରି କଠୋର ଶରିଆ ଆଇନ ପ୍ରଣୟନ କରିବାକୁ ଚାହୁଁଥିଲେ।












Click it and Unblock the Notifications