ଭାରତୀୟ କ୍ଷେପଣାସ୍ତ୍ର ମାଡ଼ରୁ ବର୍ତ୍ତିବା ଲାଗି ଇରାନ ସୀମାରେ ଲୁଚିଥିଲେ ପାକିସ୍ତାନୀ ଯୁଦ୍ଧ ଜାହାଜ

ପହଲଗାଓଁ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତ ଗେତ ମେ ୭ ତାରିଖ ଭୋର ସମୟରେ ଅପରେସନ 'ସିନ୍ଦୂର' ଆରମ୍ଭ କରିଥିଲା। ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ସେସବୁକୁ ଧ୍ବଂସ କରିଦେଇଥିଲା। ଏହା ପରେ ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦ ଡିଜିଏମଓଙ୍କୁ ଫୋନ କରାଯାଇ ଭାରତର ମିସନ ସମ୍ପୂର୍ଣ୍ଣ ହୋଇଥିବା ଅବଗତ କରାଯାଇଥିଲା। ମାତ୍ର ପାକିସ୍ତାନ ଏହାର ପ୍ରତିଜବାବ ଦେବା ଲାଗି ଚେତାବନୀ ଦେଇଥିଲା। ଯାହାଫଳରେ ଅପରେସନ ସିନ୍ଦୂର ୪ ଦିନ ପର୍ଯ୍ୟନ୍ତ ଜାରି ରହିଥିଲା ଏବଂ ପାକିସ୍ତାନକୁ ଭାରତୀୟ ସେନା ଘାଇଲା କରିଦେଇଥିଲେ। ଯାହାଫଳରେ ଯୁଦ୍ଧବିରତି ପାଇଁ ପାକିସ୍ତାନ ଗୁହାରି କରିଥିଲା।

Pakistani

ତେବେ ଏହି ସମୟର ଏକ ରୋଚକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଅପରେସନ 'ସିନ୍ଦୂର' ସମୟରେ ଭାରତୀୟ କ୍ଷେପଣାସ୍ତ୍ର ଆକ୍ରମଣରୁ ବର୍ତ୍ତିବା ଲାଗି ପାକ୍‌ ନୌସେନା ଆତ୍ମଗୋପନ କରିଥିଲା। ସେ ସମୟରେ ଉପଗ୍ରହ ଦ୍ଵାରା ନିଆଯାଇଥିବା କରାଚୀ ଏବଂ ଗ୍ବାଦର ବନ୍ଦର ଚିତ୍ରରୁ ସ୍ପଷ୍ଟ ହୋଇଛି ଯେ, ପାକ୍‌ ନୌସେନାର ଯୁଦ୍ଧ ଜାହାଜଗୁଡ଼ିକ ଭାରତୀୟ କ୍ଷେପଣାସ୍ତ୍ର ମାଡ଼ରୁ ବର୍ତ୍ତିବା ଲାଗି ଇରାନ ସୀମାରେ ଲୁଚି ରହିଥିଲେ। ଅର୍ଥାତ ଯୁଦ୍ଧ ଜାହାଜଗୁଡ଼ିକୁ ନୌସେନା ଘାଟିରୁ ହଟାଇ ବନ୍ଦରର ବ୍ୟାବସାୟିକ ଟର୍ମିନାଲ ଭିତରେ ରଖାଯାଇଥିବା ଉପଗ୍ରହ ଚିତ୍ରରୁ ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+