Get Updates
Get notified of breaking news, exclusive insights, and must-see stories!

ଭକୁଆ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ୪୦ ମିନିଟ୍‌ ଅପେକ୍ଷା କରିବା ପରେ ବି ଦେଖାକଲେନି ପୁଟିନ୍‌

ଅନ୍ତର୍ଜାତୀୟ ମହଲରେ ପୁଣି ଥରେ ହଟହଟା ହୋଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ବିନା ନିମନ୍ତ୍ରଣରେ ଭେଟିବାକୁ ଯାଇଥିବାରୁ ତାଙ୍କୁ ୪୦ ମିନିଟ୍ ବସାଇଦେଇଛନ୍ତି ରୁଷ (Russia) ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଅପେକ୍ଷା କରି କରି ହତାସ ହେବା ପରେ ଶେଷରେ ଶେହବାଜ ପୁଟିନଥିବା କୋଠରୀରେ ପ୍ରବେଶ କରିଥିଲେ ।

ସୂଚନା ଅନୁସାରେ ସରିଫ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ତୁର୍କମେନିସ୍ତାନର ରାଜଧାନୀ ଆଶଗାବାତରେ ପହଞ୍ଚିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ସରିଫ ପୁଟିନଙ୍କୁ ଭେଟିବାକୁ ଆଗ୍ରହୀ ଥିଲେ, କିନ୍ତୁ ରୁଷ ରାଷ୍ଟ୍ରପତି ତାଙ୍କୁ ଭେଟିବାକୁ ଆଗ୍ରହୀ ନଥିଲେ। ଏହି କାରଣରୁ ପୁଟିନ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଶାହବାଜଙ୍କୁ ଅପେକ୍ଷା କରାଇଥିଲେ।

putin

ଗେଟକ୍ରାସ କରି ପୁଟିନଙ୍କୁ ଭେଟିଥିଲେ
ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ, ଶେହବାଜ ସରିଫ ପୁଟିନ ଓ ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନଙ୍କ ମଧ୍ୟରେ ଚାଲିଥିବା ବୈଠକରେ ପ୍ରବେଶ କରିଥିଲେ ଏବଂ ରୁଷ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିଲେ। ଅନ୍ତର୍ଜାତୀୟ କୂଟନୈତିକ ଭାଷାରେ ଏହାକୁ ଗେଟକ୍ରାସିଂ ବୋଲି କୁହାଯାଏ । ଗେଟକ୍ରାସିଂ ଅର୍ଥ ବିନା ନିମନ୍ତ୍ରଣରେ ଏକ କାର୍ଯ୍ୟକ୍ରମ କିମ୍ବା ସ୍ଥାନରେ ପ୍ରବେଶ କରିବା କିମ୍ବା ଯୋଗଦେବା। ଏହାକୁ ଅବାଞ୍ଛିତ ଆଚରଣ ବୋଲି ବିବେଚନା କରାଯାଏ।

ଶେହବାଜଙ୍କୁ ଅଣଦେଖା କରିଥିଲେ ପୁଟିନ
ଏହା ପୂର୍ବରୁ ପୁଟିନ ଫଟୋ-ଅପ ସମୟରେ ଶେହବାଜଙ୍କୁ ଅଣଦେଖା କରିଥିଲେ। ଶାହବାଜଙ୍କ ସ୍ଥିତି ସିଧାସଳଖ ପୁଟିନଙ୍କ ପଛରେ ଥିଲା। ପରେ ପାକିସ୍ତାନର ଅନୁରୋଧକ୍ରମେ ପୁଟିନ ଏବଂ ଶେହବାଜଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ସ୍ଥିର ହୋଇଥିଲା। କିନ୍ତୁ ଏଥିପାଇଁ ତାଙ୍କୁ ୪୦ ମିନିଟ୍ ଅପେକ୍ଷା କରିବାକୁ ପଡିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+