ପାକିସ୍ତାନରେ ସୁରକ୍ଷିତ ନୁହନ୍ତି ଧାର୍ମିକ ସଂଖ୍ୟାଲଘୁ
ନୂଆଦିଲ୍ଲୀ: ଶେଷରେ ସତ ମାନିଲା ପାକିସ୍ତାନା । କହିଲା ଦେଶରେ ସୁରକ୍ଷିତ ନୁହଁନ୍ତି ଧାର୍ମିକ ସଂଖ୍ୟା ଲଘୁ । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ସ୍ୱାଜା ଅସିଫ ସୋମବାର ଏକଥା ସ୍ୱାକାର କରିଛନ୍ତି । ଧର୍ମ ନାଁରେ ଦେଶର ନିର୍ଦ୍ଦିଷ୍ଟ ଲୋକଙ୍କ ପ୍ରତି ହିଂସା କରାଯାଉଛି । ଏବଂ ପାକିସ୍ତାନ ସରକାର ସେମାନଙ୍କ ସୁରକ୍ଷା କରିବାରେ ଫେଲ ହୋଇଛି ବୋଲି ସୋମବାର ସ୍ୱାଜା ଅସିଫ କହିଛନ୍ତି ।
ମନ୍ତ୍ରୀ ସ୍ୱାଜା ଅସିଫ କହିଛନ୍ତି " ପ୍ରତିଦିନ ସଂଖ୍ୟାଲଘୁଙ୍କୁ ହତ୍ୟା କରାଯାଉଛି । ପାକିସ୍ତାନରେ କୌଣସି ଧାର୍ମିକ ସଂଖ୍ୟାଲଘୁ ସୁରକ୍ଷିତ ନୁହଁନ୍ତି । ଏମିତିକି ଅଳ୍ପ ସଂଖ୍ୟକ ମୁସଲମାନ ମଧ୍ୟ ସୁରକ୍ଷିତ ନୁହଁନ୍ତି ।"ପାକିସ୍ତାନ ସଂସଦରେ ଖ୍ରୀଜା ଜା ଅସିଫ ଏପରି ପରି କହିଥିବା ଡନ୍ ନ୍ୟୁଜ ଖବର ପ୍ରକାଶ କରିଛି । ଅପବିତ୍ରକରଣ ନାଁରେ ହୋଇଥିବା ମବ ଲିଚିଂ ଘଟଣାକୁ କେନ୍ଦ୍ର କରି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଗୋଟିଏ ସଂକଳ୍ପ ଗୃହରେ ଉପସ୍ଥାପନ କରିଥିଲେ ।

ଏପରି ଆକ୍ରମଣକୁ ଚିନ୍ତା ଓ ଲଜ୍ଜାର ବିଷୟ ବୋଲି ଅବିହିତ କରି ଆସିଫ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସଂକଳ୍ପ ଆଣିବା ସପକ୍ଷରେ ମତ ରଖିଛନ୍ତି । ଅନେକ ପୀଡ଼ିତଙ୍କ ସମ୍ପର୍କ ଅପବିତ୍ରକରଣ ସହ ନଥିବା ବେଳେ ବ୍ୟକ୍ତିଗତ ଆକ୍ରୋଶ ପାଇଁ ସେମାନଙ୍କୁ ଟାର୍ଗେଟ କରାଯାଉଥିବା ସେ କହିଛନ୍ତି । ଆସିଫ କହିଛନ୍ତି, "ଆମେ ଆମର ସଂଖ୍ୟାଲଘୁ ଭାଇ ଓ ଭଉଣୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ପଡ଼ିବ । ସଂଖ୍ୟାଗରିଷ୍ଠଙ୍କ ଭଳି ସେମାନଙ୍କର ମଧ୍ୟ ଏଠାରେ ରହିବାର ଅଧିକାର ରହିଛି । ପାକିସ୍ତାନ ସମସ୍ତ ପାକିସ୍ତାନୀଙ୍କର ।
ସେମାନେ ମୁସଲିମ, ଖ୍ରୀଷ୍ଟିୟାନ, ଶିଖ କିମ୍ବା ଯେକୌଣସି ଧାର୍ମିକ ବିଶ୍ୱାସର ହୁଅନ୍ତୁ ପଛେ, ଏଠାରେ ରହିବାର ଅଧିକାର ସେମାନଙ୍କର ରହିଛି । ଆମ ସମ୍ବିଧାନ ସଂଖ୍ୟାଲଘୁମାନଙ୍କର ପୂର୍ଣ୍ଣ ସୁରକ୍ଷା ପାଇଁ ଗ୍ୟାରେଣ୍ଟୀ ଦେଇଛି ।"












Click it and Unblock the Notifications