ତାଲିବାନକୁ ଚେତାବନୀ ଦେଲେ ପାକିସ୍ତାନ ମନ୍ତ୍ରୀ , କହିଲେ.....
ପାକିସ୍ତାନର ରାଜଧାନୀ ଇସଲାମାବାଦର ଡିଷ୍ଟ୍ରିକ୍ଟ ଜୁଡିସିଆଲ କମ୍ପଲେକ୍ସ ବାହାରେ ଆଜି ଘଟିଛି ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ବହତ ହୋଇଛନ୍ତି। ଏହି ଆତ୍ମଘାତୀ ବିସ୍ଫୋରଣ ନେଇ ପାକିସ୍ତାନର ଗୃହମନ୍ତ୍ରୀ ଖ୍ବାଜା ଆସିଫ 'ଓ୍ବେକ୍ ଅଫ୍ କଲ୍' ବୋଲି ଘୋଷଣା କରିଛନ୍ତି। ଏହି ସମୟରେ ଶାନ୍ତି ବୁଝାମଣା ଉପରେ କୌଣସି ସମାଧାନ ବାହାରି ପାରିନି।
ଖ୍ବାଜା ଆସିଫ କହିଛନ୍ତି, ଯେ କେହି ବି ଏହି ଭାବୁଛନ୍ତି, ପାକିସ୍ତାନ ସେନା-ଆଫଗାନିସ୍ତାନ ପାକିସ୍ତାନ ସୀମା କ୍ଷେତ୍ର ଓ ବେଲୁଚିସ୍ତାନର ସୁଦୁର ଅଞ୍ଚଳରେ ଏହି ଯୁଦ୍ଧ ଲଢୁଛନ୍ତି। ତାକୁ ଇସଲାମାବାଦର ଜିଲ୍ଲା କୋର୍ଟରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ଏକ ଚେତାବନୀ ରୂପରେ ନେବା ଦରକାର। ଏହା ପୁରା ପାକିସ୍ତାନ ପାଇଁ ଯୁଦ୍ଧ, ଯେଉଁଥିରେ ପାକିସ୍ତାନର ସେନା ବଳିଦାନ ଦେଉଛି ଓ ଲୋକଙ୍କୁ ସୁରକ୍ଷିତ ଅନୁଭବ କରାଉଛି।'

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏଭଳି ପରିବେଶରେ ଆଫଗାନିସ୍ତାନ ସରକାର ନିକଟରେ ସଫଳ ଆଲୋଚନାର ବହୁ ବଡ଼ ଆଶା ରହିଛି। କାବୁଲ ସରକାର ପାକିସ୍ତାନରେ ଆତଙ୍କବାଦକୁ ରୋକିପାରେ,କିନ୍ତୁ ଏହି ଯୁଦ୍ଧକୁ ଇସ୍ଲାମାବାଦ ପର୍ଯ୍ୟନ୍ତ ନେବା କାବୁଲରୁ ଏକ ବାର୍ତ୍ତ। ଏହାର ଜବାବ ଦେବା ପାଇଁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ରହିବ।' ପାକିସ୍ତାନ ଖବର କାଗଜ ଡନ୍ର ସୂଚନା ଅନୁସାରେ, ପାକ୍ ଗୃହମନ୍ତ୍ରୀ ମୋହସିନ୍ ନକଭି ବିସ୍ଫୋରଣକୁ ଆତଙ୍କୀ ହମଲା ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ଆକ୍ରମଣକାରୀ ପ୍ରାୟ ୧୨ ମିନିଟ୍ ପର୍ଯ୍ୟନ୍ତ କୋର୍ଟ ବାହାରେ ଠିଆ ହୋଇଥିଲା। ପ୍ରଥମେ ସେ କୋର୍ଟ ଭିତରକୁ ଯିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଯେତେବେଳେ ସେ ଭିତରକୁ ଯାଇପାରିନଥିଲା ପୋଲିସ ଗାଡିକୁ ଟାର୍ଗେଟ କରିଥିଲା।












Click it and Unblock the Notifications