ଆଫ୍ଗାନିସ୍ତାନ ଉପରେ ପାକିସ୍ତାନ ସେନାର ଆକ୍ରମଣ, ୬ ମୃତ
ପାକିସ୍ତାନୀ ସେନା ଆଫ୍ଗାନିସ୍ତାନର କାନ୍ଧାର ପ୍ରଦେଶର ସ୍ପନ୍ ବୋଲ୍ଡାକ୍ ଜିଲ୍ଲାର ତିନୋଟି ଘର ଉପରେ ଆକ୍ରମଣ କରିବା ଫଳରେ ୬ ଜଣ ସାଧାରଣ ନାଗରୀକ ପ୍ରାଣ ହରାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆବାସିକ ଏବଂ ବାଣିଜ୍ୟିକ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ମୋଟାର ଆକ୍ରମଣ କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ।

ଏଥିରେ ବ୍ୟବସାୟ ପ୍ରତିଷ୍ଠାନ ଏବଂ ଘର ନଷ୍ଟ ହୋଇଥିବା ଜଣାଯାଇଛି । ଆଫ୍ଗାନିସ୍ତାନ ଅଧିକାରୀଙ୍କ ପକ୍ଷରୁ ପାକିସ୍ତାନ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି । ଇସ୍ତାନବୁଲ୍ ଠାରେ ପାକିସ୍ତାନ ଏବଂ ତାଲିବାନ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହୋଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ କରାଯାଇଛି ।












Click it and Unblock the Notifications