Pakistan Train Hijack Update: ୧୦୪ ଜଣ ଯାତ୍ରୀ ଉଦ୍ଧାର, ୧୬ ଜଣ ଆତଙ୍କବାଦୀ ନିହତ
Pakistan Train Hijack Update: ପାକିସ୍ତାନ ଟ୍ରେନ ହାଇଜାକ ଘଟଣାରେ ସେନାର ଅପରେସନ ଜାରି ରହିଛି । ବଲୁଚ ଆତଙ୍କବାଦୀଙ୍କ କବଳରୁ ଶହ ଶହ ଯାତ୍ରୀଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । ମଙ୍ଗଳବାର ଦିନ ବାଲୁଚ୍ ବିଚ୍ଛିନ୍ନତାବାଦୀ ସଂଗଠନ ବାଲୁଚ୍ ଲିବରେସନ୍ ଆର୍ମି (BLA) କ୍ୱେଟାରୁ ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ୍ କରିଥିଲା ଆତଙ୍କବାଦୀମାନେ ଯାତ୍ରୀମାନଙ୍କୁ ବନ୍ଧକ କରିନେଇଥିଲେ, ଏହା ପରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଏପର୍ଯ୍ୟନ୍ତ ୧୦୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଏବଂ ୧୬ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ରହିଛି। ବର୍ତ୍ତମାନ ଆହୁରି ଅନେକ ଯାତ୍ରୀ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସୁରକ୍ଷା ବାହିନୀର ଅପରେସନ ଜାରି ରହିଛି।

ଜାଫର ଏକ୍ସପ୍ରେସ୍ କ୍ୱେଟାରୁ ପେଶାୱାର ଯାଉଥିଲା, ସେତେବେଳେ ବେଲୁଚିସ୍ତାନର କଚ୍ଚି (ବୋଲାନ) ଜିଲ୍ଲାର ପିରୋକାନାରୀ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରଥମେ ରେଳ ଟ୍ରାକରେ ଏକ ବିସ୍ଫୋରଣ ହୋଇଥିଲା ଯାହା ପରେ ଯାତ୍ରୀଙ୍କ ମଧ୍ୟ ଆତଙ୍କ ସୃଷ୍ଟି ହୋଇଥିଲା । ଏହା ପରେ ଆତଙ୍କବାଦୀମାନେ ଟ୍ରେନ୍ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ ଏବଂ ଟ୍ରେନଟିକୁ ଏକ ସୁଡ଼ଙ୍ଗରେ ଅଟକାଇ ଦିଆଯାଇଥିଲା ଏବଂ ଏଥିରେ ଥିବା ୨୧୪ ଯାତ୍ରୀଙ୍କୁ ବନ୍ଧକ ରଖାଯାଇଥିଲା।
ଆତଙ୍କବାଦୀମାନେ ୩୦ ଜଣ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଥିବା ନେଇ ଦାବି କରାଯାଇଛି । ଯାହା ପରେ ପାକିସ୍ତାନୀ ସୁରକ୍ଷା ବାହିନୀ ତୁରନ୍ତ ଏକ ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରି ଆତଙ୍କବାଦୀଙ୍କୁ ଚାରିପଟୁ ଘେରି ନେିଥିଲା । ଏପର୍ଯ୍ୟନ୍ତ ୧୦୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଉଦ୍ଧାର ଯାତ୍ରୀଙ୍କ ମଧ୍ୟରେ ୫୮ ଜଣ ପୁରୁଷ, ୩୧ ଜଣ ମହିଳା ଏବଂ ୧୫ ଜଣ ଶିଶୁ ଥିବା ନେଇ ସୂଚନା ରହିଛି । ସେହିପରି ୧୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।












Click it and Unblock the Notifications