ପାକିସ୍ତାନ ସୁପ୍ରିମକୋର୍ଟରେ ବିସ୍ଫୋରଣ, ୧୨ ଆହତ

ପାକିସ୍ତାନ ସୁପ୍ରିମକୋର୍ଟରେ ବିସ୍ଫୋରଣ । ବେସମେଣ୍ଟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାକୁ ଯୋଗୁଁ ୧୨ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ବିଲିଡିଂରେ ସେଣ୍ଟ୍ରାଲ ଏସି ସିଷ୍ଟମ ମରାମି କାମ ସମୟରେ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ ବିଲିଡିଂରେ ଆତଙ୍କ ଦେଖାଦେଇଛି । ସମସ୍ତେରେ ଜୀବନ ବିକଳରେ ଚାରିଆଡେ ଦୌଡିଛନ୍ତି । କୋଠାର ସେଣ୍ଟ୍ରାଲ ଏୟାର କଣ୍ଡିସନିଂ ସିଷ୍ଟମର ମରାମତି ସମୟରେ ବିସ୍ଫୋରଣ ଘଟିଥିଲା। ହଠାତ୍ ବିସ୍ଫୋରଣ ହେବା ଫଳରେ ସୁପ୍ରିମକୋର୍ଟ କୋଠାରେ ଆତଙ୍କ ସୃଷ୍ଟି ହୋଇଥିଲା।

pak court

ବିସ୍ଫୋରଣର କମ୍ପନ ଯୋଗୁଁ ସମଗ୍ର କୋଠା ଥରି ଉଠିଥିଲା। ଏହା ପରେ ଓକିଲ, ବିଚାରପତି, କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଭୟଭୀତ ହୋଇ କୋଠା ବାହାରକୁ ଦୌଡ଼ିବାକୁ ଲାଗିଥିଲେ।

ସୁପ୍ରିମ୍ କୋର୍ଟ ବେସମେଣ୍ଟ କାଫେଟେରିଆରେ ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀମାନଙ୍କ ଅନୁଯାୟୀ, ଏସିର ମରାମତି କାମ ଚାଲୁଥିଲା। ମରାମତି ସମୟରେ କୋର୍ଟ ପରିସରରେ ଥିବା କ୍ୟାଣ୍ଟିନରେ ସିଲିଣ୍ଡର ଗ୍ୟାସ୍ ଲିକ୍ ହେଉଥିଲା। ଯାହା ପରେ ସିଲିଣ୍ଡରରେ ହଠାତ୍ ନିଆଁ ଧରିଯାଇ ଜୋରଦାର ବିସ୍ଫୋରଣ ହୋଇଥିଲା।

ଏହି ବ୍ଲାଷ୍ଟ ଏତେ ତୀବ୍ର ଥିଲା ଯେ କୋର୍ଟର ତଳ ମହଲା ଗୁଡ଼ିକ ହଲି ଯାଇଥିଲା। ସେଠାରେ ଥିବା ଲୋକମାନେ ଭୟଭୀତ ହୋଇ ଦୌଡ଼ି ବାହାରକୁ ଯିବାକୁ ଲାଗିଥିଲେ। ଏହି ଦୁର୍ଘଟଣାରେ କୋର୍ଟ ନମ୍ବର ୬ରେ ସର୍ବାଧିକ କ୍ଷତି ହୋଇଛି। ଦୁର୍ଘଟଣା ସମୟରେ ଜଷ୍ଟିସ୍ ଆଲି ବାକର୍ ନଜଫି ଏବଂ ଜଷ୍ଟିସ୍ ଶାହଜାଦ୍ ମଲିକ୍ କୋର୍ଟ ନମ୍ବର ୬ରେ ଶୁଣାଣି କରୁଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+