ପୁଣି ପଦାରେ ପଡିଲା ଦରିଦ୍ର ପଣ, ଦେଶ ସାରା ସବୁ ପେଟ୍ରୋଲ ପମ୍ପ୍ ବନ୍ଦ କରିଲା ପାକିସ୍ତାନ
ରତର ହମଲାରେ ଧରାଶାୟୀ ପାକିସ୍ତାନ। ସବୁ ପେଟ୍ରୋଲ ପମ୍ପ ବନ୍ଦ କଲା ପାକ୍। ସୀମାବର୍ତ୍ତୀ ଅଞ୍ଚଳର ସବୁ ପେଟ୍ରୋଲ ପମ୍ପ ବନ୍ଦ କରିଛି ପାକିସ୍ତାନ। ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ପାକିସ୍ତାନ ଛାନିଆ। ହେଲେ ଏବେ ବି ଛାଡ଼ୁନି ମୁହଁ ତୋଡ଼।

ଉଲ୍ଲେଖଯୋଗ୍ୟ, ଗତକାଲି ପାକ୍ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ। ପାକିସ୍ତାନର ୪ଟି ଏୟାରବେସ୍ ଉପରେ ଭାରତର ଆଟାକ୍ କରିଥଲା। ୪ଟି ଏୟାରବେସ୍ ଉପରେ ଭାରତର ୬ଟି ମିସାଇଲ୍ ମାଡ଼ କରାଯାଇଥିଲା।
ଲାହୋର, ସିୟାଲକୋଟ ଓ କରାଚି ଏୟାରବେସ୍ ଧ୍ବଂସ କରିଥିଲା ଭାରତ। ସେହିପରି ପଞ୍ଜାବ ପ୍ରାନ୍ତ ସୌରକୋଟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ରଫିକି ଏୟାର୍ ବେସ୍, ରାୱଲପିଣ୍ଡି ନୁର୍ ଖାନ ଓ ମୁରିଦ ଏୟାରବେସରେ ଭାରତ ମିଶାଇଲ ମାଡ଼ କରିଥିଲା।ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ବୃଦ୍ଧି ପାଉଥିବା ବେଳେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଉଗ୍ର ରୂପ ନେଉଛି । ଦକ୍ଷିଣ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୃଢ ଜବାବ ଦେବା ପାଇଁ ଏପ୍ରିଲ ୭ରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରର ୯ଟି ଆତଙ୍କବାଦୀ ଲଂଚପ୍ୟାଡ ଉପରକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରାଯାଇଥିଲା । ପାକିସ୍ତାନର ସେନା, ଭିତିଭୂମି ଓ ସାଧାରଣ ନାଗରିକଙ୍କ କୌଣସି କ୍ଷତି ନ କରିବା ଲକ୍ଷ୍ୟରେ କେବଳ ଜୈସ-ଇ-ମହମ୍ମଦ, ଲସ୍କର-ଏ-ତୋଏବା ଓ ହିଜବୁଲ୍ଲ ମୁଜାହିଦୀନ ଭଳି ଆତଙ୍କବାଦୀଙ୍କ ଗଡକୁ ଟାର୍ଗେଟ କରିଥିଲା ଭାରତୀୟ ବାୟୁସେନା । କେବଳ ଆତଙ୍କବାଦୀଙ୍କୁ ନିପାତ କରିବା ଏହି ଏୟାର ଷ୍ଟ୍ରାଇକର ଲକ୍ଷ୍ୟ ଥିଲା । କିନ୍ତୁ ପାକିସ୍ତାନ ଏଥିରେ ଉତକ୍ଷିପ୍ତ ହୋଇ ପାଲଟା ଜବାବ ଦେବା ଆରମ୍ଭ କରିଥିଲା ।












Click it and Unblock the Notifications