ପାକିସ୍ତାନ ପାଖରେ ନାହିଁ ପର୍ଯ୍ୟାପ୍ତ ଗୋଳାବାରୁଦ,ମାତ୍ର ୪ ଦିନରେ....
ଭାରତର ପ୍ରସ୍ତୁତି ଦେଖି ଛାନିଆ ପାକିସ୍ତାନ,ତଥାପି ମୁହଁଟାଣ କମିନି । ପ୍ରତି ମୁହୂର୍ତ୍ତରେ ଭାରତକୁ ଦେଉଛି ଫମ୍ପା ଧମକ । ଏହା ଭିତରେ ପାକିସ୍ତାନକୁ ନେଇ ଆସିଛି ବଡ଼ ଖବର । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ପାଖରେ ବେଶି ଅସ୍ତ୍ରଶସ୍ତ୍ର ନାହିଁ । ବଡ଼ ଧରଣର ଯୁଦ୍ଧାସ୍ତ୍ର ଅଭାବ ଥିବା ସୂଚନା ମିଳୁଛି । କେବଳ ୪ ଦିନ, ଅର୍ଥାତ ୯୬ ଘଣ୍ଟା ପର୍ଯ୍ୟନ୍ତ ଲଢ଼ିବା ପରି ଯୁଦ୍ଧାସ୍ତ୍ର ରହିଛି ପାକିସ୍ତାନ ପାଖରେ ।

ଗୋଟିଏ ପଟେ ପାକିସ୍ତାନର ନେତାମାନେ ଭାରତକୁ ଯୁଦ୍ଧ ପାଇଁ ଧମକ ଦେଉଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ସାମରିକ ପ୍ରସ୍ତୁତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଯାଉଛି। କାରଣ ପାକିସ୍ତାନ ଗୋଳାବାରୁଦର ଘୋର ଅଭାବର ସମ୍ମୁଖୀନ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସେନା କେବଳ ୪ ଦିନ ପାଇଁ ଯୁଦ୍ଧ ଲଢ଼ିବାର କ୍ଷମତା ରଖିଛି। ଏହା ପରେ ତାଙ୍କ ସେନା ଗୋଳାବାରୁଦର ଅଭାବ ଯୋଗୁ ପୂର୍ବ ପରି ଆତ୍ମସମର୍ପଣ କରିବେ। ସେହିଭଳି ଭାରତର ସାମରିକ ଶକ୍ତି ସହ ପାକିସ୍ତାନର ତୁଳନା ନାହିଁ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି।












Click it and Unblock the Notifications