ଆମେରିକା ରାଷ୍ଟ୍ରପତିଙ୍କ ଉପରେ ଏଭଳି କିଛି ଦାବି କଲେ ପାକ୍ ସେନାମୁଖ୍ୟ, କହିଲେ ଟ୍ରମ୍ପଙ୍କୁ......

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ ମିଳିଥିଲା। ଏହି ନିମନ୍ତ୍ରଣ ସେହି ସମୟରେ ଆସିଥିଲା ଯେତେବେଳେ ମୁନିର ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ପରମାଣୁ ଯୁଦ୍ଧକୁ ରୋକିବା ପାଇଁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଯୋଗ୍ୟ ବୋଲି କହିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ବୁଧବାର, ଜୁନ ୧୮, ୨୦୨୫ରେ ହ୍ବାଇଟ ହାଉସରେ ଏକ ରୁଦ୍ଧଦ୍ୱାର ବୈଠକ କରିଥିଲେ।

ବିଶେଷ କରି ରୁଷ-ୟୁକ୍ରେନ ଯୁଦ୍ଧ ରୋକିବାରେ ସେ ସଫଳ ହୋଇଥିଲେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଟ୍ରମ୍ପ ଆଶାବାଦୀ ଥିଲେ। କିନ୍ତୁ ତାହା ହୋଇପାରିଲା ନାହିଁ। ଅନ୍ୟପଟେ ଭାରତ-ପାକିସ୍ତାନ ଯୁଦ୍ଧ ବିରତି ପାଇଁ ବାହାବାହା ନେଇଥିଲେ ଟ୍ରମ୍ପ। କିନ୍ତୁ ତାହା ବି ସଫଳ ହୋଇ ନ ଥିଲା। ଯୁଦ୍ଧ ବିରତିରେ ଟ୍ରମ୍ପ କିମ୍ବା ଆମେରିକାର କୌଣସି ଭୂମିକା ନାହିଁ ବୋଲି ଭାରତ ସ୍ପଷ୍ଟି କରିଦେଇଥିଲା।

ଏସବୁ ସତ୍ବେ ଚାମଚାଗିରି କରୁଥିବା ପାକିସ୍ତାନ ଏବେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ସୁପାରିସ କରିଛି। ପାକିସ୍ତାନୀ ସେନା ମୁଖ୍ୟ ଅସିମ ମୁନିର ଆମେରିକା ଗସ୍ତ କରିବା ଅବସରରେ ଏହା କହିଛନ୍ତି ବୋଲି ହ୍ବାଇଟହାଉସ ମୁଖପାତ୍ର ଆନ୍ନା କେଲି କହିଛନ୍ତି।ଗତ ବୁଧବାର ହ୍ବାଇଟହାଉସର ଓଭାଲ ଅଫିସରେ ମୁନିର ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଉଭୟେ ଏକାଠି ବସି ମଧ୍ୟାହ୍ନଭୋଜନ କରିଥିଲେ। ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦିଆଯିବା ଉଚିତ ବୋଲି ମୁନିର କହିଥିଲେ।

pakistan army chief

ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ରୋକିବାରେ ଟ୍ରମ୍ପଙ୍କ ଭୂମିକା ରହିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିବା ଉଚିତ ବୋଲି ମୁନିର କହିଥିଲେ। ଟ୍ରମ୍ପ ବି ପାକିସ୍ତାନକୁ ମୋହରା କରି ନୋବେଲ ଶାନ୍ତି ପୁରସ୍କାରର ପ୍ରସ୍ତାବକ ଯୋଗାଡ଼ କରିବାରେ ସଫଳ ହୋଇଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+