ପାକିସ୍ତାନ: ରାଜନୈତିକ ସଙ୍କଟ ମଧ୍ୟରେ ଇମରାନ ଖାନ ଆୟୋଜିତ କଲେ ସମର୍ଥକ ବିଶାଳ ସଭା

ଇସଲାମାବାଦ: ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଆଜି ଆୟୋଜିତ କରିଛନ୍ତି ସମର୍ଥକଙ୍କ ମେଗା ଶୋ। ଇମରାନଙ୍କ ବିରୋଧରେ ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଆସନ୍ତା କାଲି ଅର୍ଥାତ 28 ମାର୍ଚ୍ଚ ଏନେଇ ପାକ ସଂସଦରେ ଆଲୋଚନା ହୋଇପାରେ। ଏହି ପରିସ୍ଥିତିରେ ପାକିସ୍ତାନୀଙ୍କ ସମର୍ଥନ ହାସଲ କରିବାକୁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି ଇମରାନ।

imran khan

ଇମରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ:

ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ଏହା ଉପରେ ଆଲୋଚନା ହୋଇପାରି ନାହିଁ, କାରଣ ଗୃହ କାର୍ଯ୍ୟ ଆରମ୍ଭ ହେବା ସଙ୍ଗେ ସଙ୍ଗେ ବାଚସ୍ପତି ସଂସଦକୁ ଦୁଇଦିନ ପାଇଁ ମୁଲତବୀ ରଖିଥିଲେ। ଜଣେ ସାଂସଦଙ୍କ ମୃତ୍ୟୁ ଯୋଗୁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା, ଏଥିପାଇଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲେ ମଧ୍ୟ ଗୃହକୁ ମୁଲତବୀ ରଖାଯାଇଥିଲା। ସାଧାରଣତଃ ପାକିସ୍ତାନରେ ଗୃହ କାର୍ଯ୍ୟ ଆରମ୍ଭ ଦିବସରେ ଗୃହର କୌଣସି ସଦସ୍ୟଙ୍କ ଦେହାନ୍ତ ହୋଇଥାଏ, ତେବେ ଶୋକ ପ୍ରସ୍ତାବ ଆଗତ ହୋଇ ଗୃହକୁ ସେହିଦିନ ଅଥବା ଦୁଇଦିନ ମୁଲତବୀ ଘୋଷଣା କରାଯାଏ ବାଚସ୍ପତିଙ୍କ ଦ୍ଵାରା।

ଇମରାନ ଦଳରେ ନାହାନ୍ତି ଆବଶ୍ୟକ ସଂଖ୍ୟକ ସାଂସଦ

ଇମରାନ ଖାନଙ୍କ ପାକିସ୍ତାନ-ତେହରିକ-ଇନସାନ ପାର୍ଟି ବା ପିଟିଆଇରେ ମୋଟ ସାଂସଦ ଅଛନ୍ତି 155 ଜଣ। 342 ସଦସ୍ୟ ବିଶିଷ୍ଟ ପାକିସ୍ତାନ ପାର୍ଲାମେଣ୍ଟରେ ସରକାର ଗଠନ ପାଇଁ ଆବଶ୍ୟକ 172 ସଦସ୍ୟଙ୍କ ସମର୍ଥନ। ଏଥିପାଇଁ ମେଣ୍ଟ ସରକାର ଗଠନ ହୋଇଛି ପାକିସ୍ତାନରେ । ତେବେ କିଛି ଦଳୀୟ ସାଂସଦ ତଥା ସମର୍ଥନ ଦେଉଥିବା ସଦସ୍ୟଙ୍କ ମଧ୍ୟରୁ ଇମରାନଙ୍କ ବିରୋଧରେ ଶୁଭୁଛି ବିରୋଧର ସ୍ଵର। ତେଣୁ, ସଙ୍କଟରେ ପଡିଛନ୍ତି ଇମରାନ ଖାନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+