ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଆସିଲା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ…
ଗୁଜରାଟର ଅହମ୍ମଦାବାଦରେ ଗୁରୁବାର ଏକ ବଡ଼ ବିମାନ ଦୁର୍ଘଟଣାକୁ ନେଇ ସାରା ଦେଶରେ ହଇଚଇ । ୨୪୨ ଜଣଙ୍କୁ ନେଇ ଲଣ୍ଡନ ଯାଉଥିବା ବେଳେ କ୍ରାସ୍ ହୋଇଗଲା ଏୟାର ଇଣ୍ଡିଆ ବିମାନ । ଯାତ୍ରୀଙ୍କ ବ୍ୟତୀତ ବିମାନରେ ଥିଲେ ୧୨ କ୍ରୁ ସଦସ୍ୟ ଏବଂ ଦୁଇ ପାଇଲଟ୍ । ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ଏକ ମେଡିକାଲ୍ କଲେଜ୍ର ହଷ୍ଟେଲ୍ ବିଲ୍ଡିଂରେ ପିଟି ହୋଇ ଜଳିଯାଇଥିଲା
ଏୟାର ଇଣ୍ଡିଆର B787 ଡ୍ରିମଲାଇନର । ବିମାନରେ ଥିଲେ ୬୦ରୁ ଅଧିକ ଫରେନ୍ ନ୍ୟାସନାଲ୍ । ସେହିଭଳି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରି ବିଜୟ ରୂପାନୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଖବରକୁ ନେଇ ସମଗ୍ର ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସେ କହିଛନ୍ତି, "ଆଜି ଅହମ୍ମଦାବାଦ ନିକଟରେ ହୋଇଥିବା ଏୟାର ଇଣ୍ଡିଆର ବିମାନର ଦୁଃଖଦ ଦୁର୍ଘଟଣାରେ ମୁଁ ଦୁଃଖିତ। ଏହି ବିଶାଳ କ୍ଷତିରେ ପୀଡିତ ପରିବାର ପ୍ରତି ଆମେ ସମବେଦନା ଜଣାଉଛୁ। ଏହି ହୃଦୟ ବିଦାରକ ଦୁର୍ଘଟଣାରେ ପ୍ରଭାବିତ ସମସ୍ତଙ୍କ ସହିତ ଆମର ସମବେଦନା ଏବଂ ପ୍ରାର୍ଥନା।"












Click it and Unblock the Notifications