ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା, ଶେହବାଜ ସରିଫଙ୍କୁ ଶୃଗାଳ କହିଲେ ନିଜ ଦେଶ ସାଂସଦ

ଭାରତ-ପାକିସ୍ତାନ ତିକ୍ତତା ମଧ୍ୟରେ ଏଲଓସିରେ ଲଗାତାର ଜାରି ରହିଛି ଗୁଳି ବର୍ଷା । ପାକ୍‌ ସେନା ଲଗାତାର ଭାରତୀୟ ଗାଁମାନଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଯାହାର କଡା ଜବାବ ଦେଉଛନ୍ତି ଭାରତୀୟ ସେନା । ଭାରତର ଆକ୍ରମଣରେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ଥରହର ।

MODO

ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଆକ୍ରମଣର ମାତ୍ର ୪ ଦିନ ହୋଇନି ପାକିସ୍ତାନରେ ସେହବାଜ ସରିଫ୍‌ ସରକାରଙ୍କୁ ବିରୋଧର ସାମ୍ନା କରିବାକୁ ପଡିଲାଣି । ପାକିସ୍ତାନ ସାଂସଦ ମାନେ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍‌ଙ୍କୁ କଟୁ କଥା କହିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସାଂସଦ ଶାହିଦ ଖଟ୍ଟର ନିଜ ସରକାରଙ୍କୁ ଘେରିବାର ଦେଖାଯାଇଛି । ପ୍ରଧାନମନ୍ତ୍ରୀ ସେହବାଜଙ୍କୁ କାପୁରୁଷ ବୋଲି କହୁଛନ୍ତି ସାଂସଦ ଶାହିଦ ଖଟ୍ଟର ।

ଖାଲି ଏତିକି ନୁହେଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଘ ସହ ତୁଳନା କରି କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ନାଁ ନେବାକୁ ଆମକୁ ଡ଼ର ଲାଗୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି ପାକ୍‌ ସାଂସଦ । ଏଠି ଆମେ କହିଦେଉଛୁ ଯେ, ଗୁରୁବାର ରାତିରେ ପାକିସ୍ତାନ ପକ୍ଷରୁ ଭାରତ ଉପରେ ଆକ୍ରମଣ କରାଯିବାର ଚେଷ୍ଟା କରାଯାଇଥିଲା । କିନ୍ତୁ ଭାରତୀୟ ସେନା ପାକ୍‌ର ସବୁ ଯୋଜନାକୁ ପଣ୍ଡ କରିଥିଲା । ଭାରତୀୟ ସେନାର କଡା ଜାବବରେ 2 F-16 ସମେତ ପାକିସ୍ତାନର ୪ଟି ଫାଇଟର ଜେଟ୍‌ କୁ ନଷ୍ଟ କରିଥିଲା ସେନା । ଏଥିସହିତ ପାକିସ୍ତାନର ପଞ୍ଜାବରେ ଏକ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ୍ (AWACS) ବିମାନକୁ ମଧ୍ୟ ଖସାଇ ଦେଇଛି । ଭାରତର ଆକ୍ରମଣରେ ପାକିସ୍ତାନ ଏକପ୍ରକାର ଥରହର । ଚାରିଆଡୁ ପାକ୍‌କୁ ଘେରିଛି ଭାରତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+