ପାକିସ୍ତାନରେ କ୍ଷୀର ଦର ଛୁଇଁଲା ୨୧୦, ଚିନ୍ତାରେ ଖାଉଟି
Pakistan Milk Price: ଭାରତର ପଡୋଶୀ ଦେଶ ପାକିସ୍ଥାନରେ ମୁଦ୍ରାସ୍ଫୀତିର ପରିସ୍ଥିତି ଏତେ ଖରାପ ସ୍ଥିତିରେ ପହଞ୍ଚି ଯେ, ବର୍ତ୍ତମାନ ଏଠି ଲୋକଙ୍କୁ ଦୈନନ୍ଦିନ ସାମଗ୍ରୀ କିଣିବା ମଧ୍ୟ କଷ୍ଟକର ହୋଇପଡିଛି । ଏଠାରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ମୂଲ୍ୟ ଆକାଶକୁ ଛୁଆଁ ହୋଇଥି ବେଳେ କ୍ଷୀର ପରି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଲୋକ କିଣିପାରୁ ନାହାଁନ୍ତି । ଏହାର କାରଣ ହେଉଛି ଅପାର ମୁଦ୍ରାସ୍ଫୀତି ।
ଖରାପ ଆର୍ଥିକ ପରିସ୍ଥିତି ଦେଇ ବର୍ତ୍ତମାନ ପାକିସ୍ତାନ ଗତି କରୁଛି । ପାକିସ୍ତାନର କରାଚିରେ ଦୁଗ୍ଧର ମୂଲ୍ୟ ଲିଟର ପିଛା 10 ଟଙ୍କା ବୃଦ୍ଧି ପାଇଛି। କରାଚିରେ ଥିବା ଦୋକାନଗୁଡ଼ିକ ବର୍ତ୍ତମାନ ଏକ ଲିଟର କ୍ଷୀର 210 ଲିଟରରେ ବିକ୍ରି କରୁଛନ୍ତି । ARY ନ୍ୟୁଜରେ ଏନେଇ ସୂଚନା ଜାରି କରାଯାଇଛି । ଆଗକୁ ଲିଟର ପିଛା 50 ଟଙ୍କା ଅଧିକ ବୃଦ୍ଧି ହେବାର ଭୟ ।

କରାଚି କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଲିଟର ପିଛା କ୍ଷୀରର ମୂଲ୍ୟ PKR 10 ବୃଦ୍ଧି ପାଇଛି କିନ୍ତୁ ପୂର୍ବରୁ ଲିଟର ପିଛା PKR 50 ବୃଦ୍ଧି ହେବାର ସମ୍ଭାବନା ରହିଛି। କରାଚିରେ ମୁଦ୍ରାସ୍ଫୀତି ହେତୁ କ୍ଷୀର ମହଙ୍ଗା ହେବାର ଭୟ ଥିଲା।
ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଖୁବ୍ ଶୀଘ୍ର କରାଚିବାସୀଙ୍କ ପାଇଁ ଲିଟର କ୍ଷୀର ପିଛା 50 PKR ବୃଦ୍ଧି ହେବାର ସମ୍ଭାବନା ରହିଛି। ସରକାରୀ ଅବହେଳା ଯୋଗୁଁ ହଠାତ୍ କ୍ଷୀର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି ଉତ୍ପାଦନ ମୂଲ୍ୟ ଅନୁଯାୟୀ କ୍ଷୀରର ନୂତନ ମୂଲ୍ୟ ସମ୍ପର୍କରେ ତୁରନ୍ତ କରାଚି କମିଶନରଙ୍କ ନିକଟରେ ଏକ ବିଜ୍ଞପ୍ତି ଜାରି କରିବା ଆବଶ୍ୟକ ରହିଛି ।












Click it and Unblock the Notifications