PAK-ଆଫଗାନ ଯୁଦ୍ଧ: ପାକିସ୍ତାନର ବଡ଼ ଅଭିଯୋଗ , ଭାରତ ପକ୍ଷରୁ ଯୁଦ୍ଧ ଲଢ଼ୁଛି ତାଲିବାନ

ଆଫଗାନିସ୍ତାନର ତାଲିବାନ ସରକାର ଭାରତ ତରଫରୁ ପାକିସ୍ତାନ ବିରୋଧରେ ଛାୟାଯୁଦ୍ଧ ଲଢ଼ୁଛି ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଅଭିଯୋଗ କରିଛନ୍ତି। ନିକଟରେ ଇସଲାମାବାଦ ଓ କାବୁଲ ମଧ୍ୟରେ ୪୮ ଘଣ୍ଟିଆ ଅସ୍ତ୍ରବିରତି ଉପରେ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି।

ବୁଧବାର ରାତିରେ ଜିଓ ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତ୍‌କାରରେ ଆସିଫ୍ କହିଛନ୍ତି, ଅସ୍ତ୍ରବିରତି ଜାରି ରହିବ କି ନାହିଁ ସେ ନେଇ ମୋର ସନ୍ଦେହ ଅଛି, କାରଣ ଆଫଗାନିସ୍ତାନର ତାଲିବାନକୁ ଦିଲ୍ଲୀ ପ୍ରାୟୋଜିତ କରୁଛି। ବର୍ତ୍ତମାନ କାବୁଲ ଦିଲ୍ଲୀ ପାଇଁ ଛାୟା ଯୁଦ୍ଧ ଲଢୁଛି ବୋଲି ସେ କହିଛନ୍ତି। କିଛି ଦିନ ଧରି ସୀମାରେ ଚାଲିଥିବା ପ୍ରବଳ ଯୁଦ୍ଧ ପରେ ବୁଧବାର ଦୁଇ ପଡ଼ୋଶୀ ଦେଶ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ତଥାପି ପ୍ରଥମେ ଯୁଦ୍ଧବିରତି ପ୍ରସ୍ତାବ କିଏ ଦେଲା ସେ ନେଇ ଉଭୟ ସରକାର ବିବାଦୀୟ ଦାବି କରିଛନ୍ତି। ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦଙ୍କ କହିବା ଅନୁସାରେ, ପାକିସ୍ତାନ ପକ୍ଷର ଅନୁରୋଧ ପରେ ବୁଧବାର ଅପରାହ୍ଣ ସାଢ଼େ ୫ଟାରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା।

Pakistan

କାବୁଲ ଓ କାନ୍ଦାହାର ଅଞ୍ଚଳକୁ ଟାର୍ଗେଟ୍ କରି ପାକିସ୍ତାନୀ ବାୟୁ ଅଭିଯାନର ଖବର ପ୍ରକାଶ ପାଇବା ପରେ ଏହି ଅସ୍ତ୍ରବିରତି ଘୋଷଣା କରାଯାଇଛି। ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ମୁଜାହିଦ ଦାବି କରିଛନ୍ତି ଯେ, ଆଫଗାନିସ୍ତାନ ସୈନ୍ୟବାହିନୀ ପାକିସ୍ତାନୀ ସାମରିକ ଘାଟିରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ପାକିସ୍ତାନରେ ଏକାଧିକ ଆକ୍ରମଣ କରିଥିବା ନିଷିଦ୍ଧ 'ତେହେରିକ୍-ଏ-ତାଲିବାନ ପାକିସ୍ତାନ'ର ଆତଙ୍କବାଦୀଙ୍କୁ ତାଲିବାନ ଆଶ୍ରୟ ଦେଇଛି ବୋଲି ଇସଲାମାବାଦ ଅଭିଯୋଗ କରିଛି। ଅନ୍ୟପକ୍ଷରେ କାବୁଲ ପାକିସ୍ତାନକୁ ବାରମ୍ବାର ଏୟାର୍ ଷ୍ଟ୍ରାଇକ୍ ଓ ଅନୁପ୍ରବେଶ ପାଇଁ ଦାୟୀ କରିଛି।

ମିଳିତ ଜାତିସଂଘ ଉଭୟ ଦେଶକୁ ଅଧିକ ଉତ୍ତେଜନା ଏଡ଼ାଇବାକୁ ଅନୁରୋଧ କରିଛି। ଜାତିସଂଘ ମହାସଚିବଙ୍କ ଉପମୁଖପାତ୍ର ଫରହାନ ହକ୍ କହିଛନ୍ତି ଯେ, ଆମେ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଉପରେ ନଜର ରଖିଛୁ। ନିକଟରେ ଭାରତ ଗସ୍ତରେ ଆସିଥିବା ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀରର ଖାନ ମୁତ୍ତାକି କହିଛନ୍ତି ଯେ, ଆଫଗାନିସ୍ତାନ ସମସ୍ତ ଦେଶ ସହ ଶାନ୍ତି ଚାହୁଛି। ପାକିସ୍ତାନ ସୀମା ସଂଘର୍ଷ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆଫଗାନିସ୍ତାନର ଅନ୍ୟ ପାଞ୍ଚଟି ପଡ଼ୋଶୀ ଦେଶ ମଧ୍ୟ ଅଛନ୍ତି ଏବଂ ସମସ୍ତେ ସେମାନଙ୍କ ଉପରେ ଖୁସି ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+