Get Updates
Get notified of breaking news, exclusive insights, and must-see stories!

ଗାଜା ପାଇଁ ଗଠନ ହୋଇଥିବା ଶାନ୍ତି ବୋର୍ଡର ସାମିଲ ହେଲା ପାକିସ୍ତାନ, ଆମେରିକା କରୁଥିଲା ନିମନ୍ତ୍ରଣ

ଗାଜାକୁ ନେଇ ଗଠନ ହୋଇଥିବା ଶାନ୍ତି ବୋର୍ଡରେ ପାକିସ୍ତାନ ସାମିଲ ହୋଇଛି । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଇସାକ ଡାର ଏହାକୁ ନିଶ୍ଚିତ କରି କହିଛନ୍ତି ଯେ, ଏହି ନିଷ୍ପତ୍ତି ଗାଜା ଶାନ୍ତି ଯୋଜନାକୁ ସମର୍ଥନ କରି ନିଆଯାଇଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି, ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ନିମନ୍ତ୍ରଣକୁ ଗ୍ରହଣ କରିଛି। ଶାହବାଜ ସରିଫ ସରକାରଙ୍କ ଏହି ନିଷ୍ପତ୍ତି ପାକିସ୍ତାନ ଭିତରେ ବିରୋଧ ସୃଷ୍ଟି କରିଛି । ଏହି ନିଷ୍ପତ୍ତିକୁ ନେଇ ସଂସଦରେ ଆଲୋଚନା ମଧ୍ୟ କରାଯାଇ ନଥିଲା ।

Pakistan

ନିଜ ଘରେ ଏକ ଘରିକିଆ ହେଲେ ଶାହବାଜ
ପାକିସ୍ତାନୀ ରାଜନେତା ଓ ପୂର୍ବତନ ସେନେଟର ମୁସ୍ତାଫା ନୱାଜ ଖୋଖର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ପାକିସ୍ତାନର ନିଷ୍ପତ୍ତି ଦର୍ଶାଉଛି, ଏହି ସରକାରଙ୍କ ପାକିସ୍ତାନୀ ଲୋକଙ୍କ ପାଇଁ କୌଣସି ଚିନ୍ତା ନାହିଁ । ସେ କହିଛନ୍ତି, ପାକିସ୍ତାନ କୌଣସି ସାର୍ବଜନୀନ ବିତର୍କ କିମ୍ବା ସଂସଦୀୟ ମତାମତ ବିନା ଯୋଗ ଦେଇଛି । ସେ ଶାନ୍ତି ବୋର୍ଡକୁ ସମାଲୋଚନା କରିଛନ୍ତି। ସେ ଶାନ୍ତି ବୋର୍ଡକୁ ଏକ ଉପନିବେଶିକ ପ୍ରୟାସ ଭାବରେ ବର୍ଣ୍ଣନା କରି କହିଛନ୍ତି, ଏହାର ଲକ୍ଷ୍ୟ କେବଳ ଗାଜାକୁ ଶାସନ କରିବା ନୁହେଁ ବରଂ ଜାତିସଂଘ ସହିତ ସମାନ୍ତରାଳ ଏକ ବ୍ୟବସ୍ଥା ସୃଷ୍ଟି କରିବା । ଅନେକ ବିଶେଷଜ୍ଞ ଶାନ୍ତି ବୋର୍ଡ ବିଷୟରେ ଏଭଳି ଚିନ୍ତା ପ୍ରକାଶ କରିଛନ୍ତି ।

ଟ୍ରମ୍ପଙ୍କ ହାତରେ ଚାବିକାଠି
ପୂର୍ବତନ ପାକିସ୍ତାନୀ ସେନେଟର ଶାନ୍ତି ବୋର୍ଡକୁ ଟ୍ରମ୍ପଙ୍କ ବ୍ୟକ୍ତିଗତ ଗୋଷ୍ଠୀ ଭାବରେ ବର୍ଣ୍ଣନା କରି କହିଛନ୍ତି, ଏହା ଟ୍ରମ୍ଫଙ୍କୁ ତାଙ୍କର ବ୍ୟକ୍ତିଗତ ଓ ଆମେରିକୀୟ ଏଜେଣ୍ଡାକୁ ବିନା କୌଣସି ବାଧାରେ କାର୍ଯ୍ୟକାରୀ କରିବା ପାଇଁ ଅଧିକାର ପ୍ରଦାନ କରିବ। ଅନ୍ୟ ସମସ୍ତ ସଦସ୍ୟଙ୍କୁ ଅଧ୍ୟକ୍ଷ ଟ୍ରମ୍ପ ମନୋନୀତ କିମ୍ବା ଅପସାରିତ କରିପାରିବେ। ବୋର୍ଡ କେବେ ବସିବ କିମ୍ବା କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବ ତାହା ଅଧ୍ୟକ୍ଷ ନିଷ୍ପତ୍ତି ନେବେ।।ଏହି ନୂତନ ଫୋରମରେ, କେବଳ ଟ୍ରମ୍ପଙ୍କ ପାଖରେ ସମ୍ପୂର୍ଣ୍ଣ ଭିଟୋ କ୍ଷମତା ରହିବ। ସ୍ଥାୟୀ ଆସନ ପାଇଁ ସଦସ୍ୟମାନଙ୍କଠାରୁ ଆଦାୟ କରାଯାଉଥିବା ୧ ବିଲିୟନ ଡଲାର ଫିକୁ ଖୋଖାର ସମାଲୋଚନା କରି କହିଛନ୍ତି ଏହି ଟିକେଟ ଧନୀଦେଶମାନଙ୍କ ପାଇଁ ଏକ କ୍ଲବ କରିବ। ଏପରି କ୍ଲବଗୁଡ଼ିକ ପ୍ରାୟତଃ କ''''ଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ।

ଶାନ୍ତି ବୋର୍ଡରେ ୮ ମୁସଲିମ ଦେଶ
ଏପର୍ଯ୍ୟନ୍ତ ଆଠଟି ମୁସଲିମ ଦେଶ ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ବୋର୍ଡରେ ଯୋଗ ଦେଇଛନ୍ତି । ପାକିସ୍ତାନ ସହିତ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, ତୁର୍କୀ, ମିଶର, ଜୋର୍ଡାନ, ଇଣ୍ଡୋନେସିଆ ଓ କାତାର ଯୋଗ ଦେବାକୁ ରାଜି ହୋଇଛନ୍ତି। ଇସ୍ରାଏଲ ପ୍ରଥମେ ବୋର୍ଡରେ ତୁର୍କୀ ଓ କାତାରଙ୍କ ଉପସ୍ଥିତିକୁ ବିରୋଧ କରିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଇସ୍ରାଏଲର ସାମିଲ ନେଇ ଘୋଷଣା କରିଛି। ଟ୍ରମ୍ପ ଭାରତ ସମେତ ବିଶ୍ୱର ୫୯ ଜଣ ନେତାଙ୍କୁ ବୋର୍ଡରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ପାକିସ୍ତାନ ନିମନ୍ତ୍ରଣ ଗ୍ରହଣ କରିଥିବା ବେଳେ, ଭାରତ ଏପର୍ଯ୍ୟନ୍ତ ଏହା ଉପରେ ନିଷ୍ପତ୍ତି ନେଇନାହିଁ। ବୋର୍ଡର ଉଦ୍ଦେଶ୍ୟ ହେଉଛି ଗାଜାରେ ଯୁଦ୍ଧବିରତି ଚୁକ୍ତିନାମା ତଦାରଖ କରିବା ଓ ଅନ୍ୟାନ୍ୟ ବିବାଦର ସମାଧାନ କରିବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+