ସେକ୍ସ ସ୍କାଣ୍ଡାଲର ଶିକାର ହେଲେ ଗୋଟିଏ ବିଶ୍ୱବିଦ୍ୟାଳୟର ୫୫୦୦ ଛାତ୍ରୀ ! ଘଟଣା ପଛରେ କାହାର ହାତ ?

Pakistan Sex Scandal: ପାକିସ୍ତାନର ବାହାୱଲପୁର ସ୍ଥିତ ଇସଲାମିଆ ବିଶ୍ୱବିଦ୍ୟାଳୟର ୫୫୦୦ରୁ ଅଧିକ ଛାତ୍ରୀ ସେକ୍ସ ସ୍କାଣ୍ଡାଲର ଶିକାର ହୋଇଛନ୍ତି । ଏହି ସେକ୍ସ ସ୍କାଣ୍ଡାଲର ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ପୋଲିସର ପ୍ରାରମ୍ଭିକ ତଦନ୍ତରୁ କେତେକ ସାଂଘାତିକ କଥା ସାମନାକୁ ଆସିଛି ।

ଘଟଣା ପଛରେ ଅନେକ ନେତା, ଶିଳ୍ପପତି ଓ ସେନାର ବରିଷ୍ଠ ଅଧିକାରୀଙ୍କ ହାତ ଥିବା ନେଇ ସୂଚନା ମିଳିଛି । ଘଟଣାର ତଦନ୍ତ ପାଇଁ ପାକିସ୍ତାନର ଉଚ୍ଚଶିକ୍ଷା କମିସନ ଏକ କମିଟି ଗଠନ କରିଛି । ଏଥିରେ ତିନିଜଣ ପୂର୍ବତନ କୁଳପତି, ପୋଲିସ ଓ ସୁରକ୍ଷା ଅଧିକାରୀମାନେ ଅଛନ୍ତି ।

Pakistan Islamia University Sex Scandal

ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ବିଶ୍ବବିଦ୍ୟାଳୟର ସୁରକ୍ଷା ମୁଖ୍ୟ ଇଜାଜ୍ ହୁସେନ ସମଗ୍ର ବିଶ୍ବବିଦ୍ୟାଳୟର ସିସିଟିଭି କ୍ୟାମେରା ନେଟଓ୍ବାର୍କର ପରିଚାଳନା କରୁଥିଲା । ବିଶ୍ବବିଦ୍ୟାଳୟରେ ଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ନିଜ ବୟଫ୍ରେଣ୍ଡଙ୍କ ସହ ପ୍ରେମାଳାପ କରିଥାନ୍ତି, କିମ୍ବା ସିଗାରେଟ୍ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟ ସେବନ କରିବା ଅବସ୍ଥାରେ ସେମାନଙ୍କର ଗୁପ୍ତ ଭିଡିଓ ସିସିଟିଭି କ୍ୟାମେରା ଦ୍ବାରା ରେକର୍ଡ କରାଯାଏ । ଏସବୁ ଭିଡିଓକୁ ସେମାନଙ୍କ ପରିବାରକୁ ଦେଖାଇବାକୁ ଭୟ ଦେଖାଇ ସେମାନଙ୍କୁ ବ୍ଲାକମେଲ କରାଯାଏ ।

ଯେଉଁ ଛାତ୍ରୀମାନେ ଭୟରେ ରାଜି ହୁଅନ୍ତି, ସେମାନଙ୍କୁ ବିଭିନ୍ନ ବଡ଼ ବଡ଼ ନେତା, ବ୍ୟବସାୟୀ, ପ୍ରଭାବଶାଳୀ ଲୋକଙ୍କ ଫାର୍ମହାଉସକୁ ନିଆଯାଏ । ସେଠାରେ ସେମାନଙ୍କୁ ଡ୍ରଗ୍ସ ଦିଆଯିବା ସହ ଯୌନ ଶୋଷଣ କରାଯାଏ । ଯୌନ ଶୋଷଣ ବେଳର ଭିଡିଓ ମଧ୍ୟ ରେକର୍ଡ କରି ଭବିଷ୍ୟତରେ ସେମାନଙ୍କୁ ବ୍ଲାକମେଲ କରାଯାଏ । ଏହି ରାକେଟର ଗ୍ରାହକ ତାଲିକାରେ ବିଦେଶୀ ମଧ୍ୟ ଥିବା କୁହାଯାଉଛି ।

ତଦନ୍ତରେ ଆଉ କେତେକ କଥା ବି ଜଣାପଡ଼ିଛି । ଏହି ରାକେଟରେ ଖୋଦ ଉକ୍ତ ବିଶ୍ବବିଦ୍ୟାଳୟର କେତେକ ଛାତ୍ର ମଧ୍ୟ ଅଛନ୍ତି । ସେମାନଙ୍କର ଅପରାଧିକ ରେକର୍ଡ ଥିବାବେଳେ ସେମାନଙ୍କୁ ବିଶ୍ବବିଦ୍ୟାଳୟ ମଧ୍ୟରେ ଡ୍ରଗ୍ସ ଚାଲାଣ ପାଇଁ ବ୍ୟବହାର କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+