ଫୁଟାଣି ମାରୁଛି ପାକିସ୍ତାନ, ନିଜ ଦେଶରେ ଟମାଟୋ କିଲୋ ୬୦୦

ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା । ସାଧାରଣ ଦରଠାରୁ ପ୍ରାୟ ୫ଗୁଣ ଅଧିକା । ଅଥବା ୪୦୦ ପ୍ରତିଶତ ବୃଦ୍ଧି ପାଇଛି । ଆଫଗାନିସ୍ତାନ ସହ ସମ୍ପର୍କ ବିଗିଡ଼ିବା ପରେ ପାକିସ୍ତାନକୁ ସହିବାକୁ ପଡ଼ିଛି ଏ ମହଙ୍ଗା । ଚଳିତ ମାସରେ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ଯୋଗୁ ପାକିସ୍ତାନକୁ ପଣ୍ୟ କାରବାର ବନ୍ଦ କରିଛି ଆଫଗାନିସ୍ତାନ । ପଣ୍ୟ କାରବାର ସାଙ୍ଗକୁ ଯାବତୀୟ ବାଣିଜ୍ୟ କାରବାର ମଧ୍ୟ ବନ୍ଦ କରିଛି । ପାକିସ୍ତାନର ଭୀଷଣ ଏୟାର ଷ୍ଟ୍ରାଇକ୍ ଯୋଗୁ ଉଭୟ ରାଷ୍ଟ୍ରର ପାଖାପାଖି ଶହେ ସୈନିକଙ୍କ ମୃତ୍ୟୁ ହୋଇଛି । ଯାହାର ଦୃଢ଼ ପ୍ରତିବାଦ କରି ଉଭୟ ରାଷ୍ଟ୍ରର ସୀମାବର୍ତ୍ତୀ ଅଞ୍ଚଳ ତୋରଖାମ ଓ ଚାମାନରେ ବର୍ଡର୍ ସିଲ୍ କରାଯାଇଛି। ଏଥିଯୋଗୁ ଉଭୟ ରାଷ୍ଟ୍ର ପ୍ରାୟ ୧ ନିୟୁତ ଡଲାର କ୍ଷତି ସହିଛନ୍ତି ।

Pakistan

ଗତ ଅକ୍ଟୋବର ୧୧ରୁ ପାକିସ୍ତାନକୁ ବିଭିନ୍ନ ଉତ୍ପାଦ ରପ୍ତାନୀ ବନ୍ଦ କରିଛି । ଏହି ଉତ୍ପାଦ ମଧ୍ୟରେ ଟମାଟୋ ସାମିଲ ଥିବାରୁ ପାକିସ୍ତାନ ଭୋଗିଛି ଏହି ମହଙ୍ଗା ମାଡ଼। ପାକିସ୍ତାନର ପ୍ରାୟ ପ୍ରତ୍ୟେକ ଡିସ୍ ରେ ଟମାଟୋର ବହୁଳ ବ୍ୟବହାର ରହିଛି । କିନ୍ତୁ କେଜି ୬୦୦ ଟଙ୍କାରେ ପହଞ୍ଚିବା ପରେ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ଘରୋଇ ବ୍ୟବହାର କଷ୍ଟକର ହୋଇଛି । ୨୦୨୧ ଠାରୁ କାବୁଲରେ ତାଲିବାନ ଶାସନ ପରେ ଏବେ ପାକିସ୍ତାନକୁ ଦୃଢ଼ ଭାବେ ବିରୋଧ କରି ଆସୁଛି ତାଲିବାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+