ପୁଣି ଅଶାନ୍ତ ପାକିସ୍ତାନ, PTI ସମର୍ଥକଙ୍କୁ 'କେମିକାଲ ଆଟାକ୍
ପାକିସ୍ତାନ ରାୱଲପିଣ୍ଡ ସ୍ଥିତ ଆଦିଆଲା ଜେଲ୍ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି । ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଭଉଣୀ ଏବଂ ତାଙ୍କ ପାର୍ଟି ପାକିସ୍ତାନ ତହେରିକ-ଏ-ଇନସାଫର ସମର୍ଥକଙ୍କ ଉପରେ ପଞ୍ଜାବ ପୁଲିସ୍ ୱାଟର କେନନରେ କେମିକାଲ ମିଶା ପାଣି ମାଡ଼ କରିଛି । ଶୀତ ଦିନ ଚାଲିଥିବା ବେଳେ ଏହି କାର୍ଯ୍ୟାନୁଷ୍ଠାନରେ ପ୍ରଦର୍ଶନକାରୀଙ୍କ ଅବସ୍ଥା ଶୋଚନୀୟ ହୋଇଛି । ଇମ୍ରାନ ଖାନଙ୍କ ଭଉଣୀ ଅଲିମା ଖାନ କହିଛନ୍ତି ଯେ, ନ୍ୟାୟପାଳିକାର ସ୍ୱାଧୀନତା ଛଡ଼ାଇ ନିଆଯାଇଛି । ଦେଶରେ ବେକାରୀ ବୃଦ୍ଧି ପାଉଛି, ଏବଂ ସୁରକ୍ଷା ପରିସ୍ଥିତି ଖରାପ ହେଉଛି ।
ପାକିସ୍ତାନ ଆଦିଆଲା ଜେଲ୍ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସମର୍ଥକମାନେ ଚରମ ନିର୍ଯାତନାର ଶିକାର ହୋଇଛନ୍ତି । ପାକିସ୍ତାନ ତେହେରିକ୍-ଏ-ଇନସାଫ (PTI) ମୁଖ୍ୟ ଇମରାନ ଖାନ ଆଦିୟାଲା ଜେଲରେ ବନ୍ଦୀ ଅଛନ୍ତି । ପିଟିଆଇ ନେତା ଏବଂ ତାଙ୍କ ଭଉଣୀମାନଙ୍କ ନେତୃତ୍ୱରେ ତାଙ୍କ ସମର୍ଥନରେ ଜେଲ ବାହାରେ ବହୁ ସଂଖ୍ୟକ ସମର୍ଥକ ଏକାଠି ହୋଇଥିଲେ । ଅଭିଯୋଗ ହୋଇଛି ଯେ, ଏହି ପ୍ରତିବାଦ ସମୟରେ ଇମରାନଙ୍କ ସମର୍ଥକମାନଙ୍କ ଉପରେ ରାସାୟନିକ ମିଶ୍ରିତ ପାଣି ସ୍ପ୍ରେ କରାଯାଇଥିଲା ।
ଏହି ଘଟଣାର ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି । ଏହା ଇମ୍ରାନ ଖାନଙ୍କ ସମର୍ଥକମାନଙ୍କ କ୍ରୋଧକୁ ଆହୁରି ବଢ଼ାଇ ଦେଇଛି ଏବଂ ସରକାର ଏବଂ ସେନା ବିରୋଧରେ ପ୍ରତିବାଦ ଅଧିକ ହିଂସାତ୍ମକ ହେବାର ସମ୍ଭାବନା ରହିଛି । ଅନେକ ଗମ୍ଭୀର ଅଭିଯୋଗରେ ଇମରାନ ଖାନଙ୍କୁ ଜେଲରେ ରଖାଯାଇଛି। ତାଙ୍କ ବିରୁଦ୍ଧରେ ଚରମ ନିର୍ଯାତନାର ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି, ଯାହା ଗୁଜବକୁ ପ୍ରୋତ୍ସାହିତ କରୁଛି । ରିପୋର୍ଟ ଅନୁଯାୟୀ, ଆଦିୟାଲା ଜେଲ ବାହାରେ ପ୍ରଦର୍ଶନକାରୀଙ୍କ ଉପରେ ରାସାୟନିକ ମିଶ୍ରିତ ପାଣି ଫିଙ୍ଗା ଯାଇଥିଲା ।

ଇମରାନ ଖାନଙ୍କ ଦଳ, ପିଟିଆଇ, ଅଭିଯୋଗ କରିଛି ଯେ ପ୍ରବଳ ଥଣ୍ଡା ସତ୍ତ୍ୱେ, ପୁଲିସ ପାଣି ମାଡ କରିଛି । ଦଳ ଏହାକୁ ମହିଳା ପ୍ରଦର୍ଶନକାରୀ ଏବଂ ସାଧାରଣ ନାଗରିକଙ୍କ ପ୍ରତି ଏକ ଅତ୍ୟାଚାର ବୋଲି କହିଛି । ଏହି କାର୍ଯ୍ୟ ଆଇନ ଏବଂ ଶୃଙ୍ଖଳା ନାମରେ ଦମନର ଏକ ଉଦାହରଣ । ଇମରାନ ଖାନଙ୍କ ଭଉଣୀ, ଦଳୀୟ ନେତା ଏବଂ ସମର୍ଥକମାନେ ତାଙ୍କ ସହିତ ସାକ୍ଷାତ ଦାବି କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଏକାଠି ହେଉଥିବା ସମୟରେ ସେମାନଙ୍କ ଉପରେ ଅତ୍ୟାଚାର କରାଯାଇଥିବା କହିଛି ପିଟିଆଇ ।












Click it and Unblock the Notifications