ଜାମିନ ମିଳିବାର ଦୁଇ ଘଣ୍ଟା ପରେ ପୁଣିଥରେ ଗିରଫ ହେଲେ ଇମ୍ରାନ ଖାନ
Imran Khan Arrested: ତୋଷଖାନ୍ନା ମାମଲାରେ ଇମ୍ରାନଙ୍କ ପିଛା ଛାଡୁନି ସମସ୍ୟା । ବେଲ୍ ପରେ ପୁଣି ଜେଲ୍ ଯାଇଛନ୍ତି ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ତାଙ୍କୁ ଜାମିନ ଦେବା ପରେ ପୁଣି ଗିରଫ ହୋଇଛନ୍ତି ଇମ୍ରାନ୍ । ଆଗାମୀ ଫୈସଲା ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଇମ୍ରାନ୍ ।
ଆଜି ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ତୋଷଖାନ୍ନ ମାମଲାରେ ଜାମିନ ଦେଇଥିଲେ । କିନ୍ତୁ କିଛି ଘଣ୍ଟା ଭିତରେ ସିଫର ମାମଲାରେ ପୁଣି ତାଙ୍କୁ ଗିରଫ କରାଯାଇଛି । ବୁଧବାର କୋର୍ଟରେ ହାଜର ହେବେ ଇମ୍ରାନ । ପାକିସ୍ତାନରେ ଖୁବଶୀଘ୍ର ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏବେ କାମଚଳା ସରକାର ଚାଲିଛି । ଦେଶରେ ନିର୍ବାଚନର ମାହୋଲ ରହିଛି । ଏହାରି ଭିତରେ ଇମ୍ରାନ ଖାନଙ୍କୁ ଜେଲରୁ ମିଳୁନି ମୁକ୍ତି ।

ସୂଚନାଥାଉ କି, ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ କୋର୍ଟ ଅଗଷ୍ଟ ୫ ତାରିଖ ଦିନ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲା । ସେହିଦିନ ଠାରୁ ଇମ୍ରାନ ଖାନ ଜେଲରେ ରହିଥିଲେ । ତଳକୋର୍ଟର ନିଷ୍ପତ୍ତି ବିରୋଧରେ ଇମ୍ରାନ ଖାନ ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଥିଲେ । ଇମ୍ରାନ ଖାନଙ୍କ ଉପରେ ଅଭିଯୋଗ ରହିଛି କି ସେ ୨୦୧୮-୨୦୨୨ ମଧ୍ୟରେ ତାଙ୍କୁ ଓ ତାଙ୍କ ପରିବାରକୁ ମିଳିଥିବା ଉପହାରକୁ ବେଆଇନ ଭାବେ ବିକ୍ରି କରି ଦେଇଥିଲେ । ଏହାସହ ତାଙ୍କ ଉପରେ ଗୁପ୍ତ ସୂଚନା ଖୋଲାସା କରିଥିବାର ଅଭିଯୋଗ ମଧ୍ୟ ରହିଛି ।












Click it and Unblock the Notifications