ପାକିସ୍ତାନରେ ଅସୁରକ୍ଷିତ ହିନ୍ଦୁ ମନ୍ତ୍ରୀ

ପାକିସ୍ତାନରେ ହିନ୍ଦୁଙ୍କ ଉପରେ ବାରମ୍ବାର ଅତ୍ୟାଚାରର ଖବର ଆସୁଛି। ଏପରିକି ପାକିସ୍ତାନରେ ହିନ୍ଦୁ ମନ୍ତ୍ରୀ ମଧ୍ୟ ଏବେ ସୁରକ୍ଷିତ ନାହାଁନ୍ତି। ପାକିସ୍ତାନର ସିନ୍ଧରେ ଜଣେ ହିନ୍ଦୁ ମନ୍ତ୍ରୀଙ୍କୁ ଆନ୍ଦୋଳନକାରୀମାନେ ଆକ୍ରମଣ କରିଛନ୍ତି। ଆକ୍ରମଣକାରୀମାନେ ସରକାରଙ୍କ ବିବାଦୀୟ ଜଳସେଚନ କେନାଲ ପ୍ରକଳ୍ପକୁ ବିରୋଧ କରି ଏଭଳି କାଣ୍ଡ ଘଟାଇଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ବାଧୀନ ସରକାରରେ ଧାର୍ମିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଖିଲ ଦାସ କୋହିସ୍ତାନୀ ଶନିବାର ଥାଟା ଜିଲ୍ଲା ଦେଇ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ତେବେ ଏହି ଆକ୍ରମଣରେ ଖିଲ ଦାସଙ୍କର କୌଣସି କ୍ଷତି ହୋଇନାହିଁ।

pakistan

ପ୍ରଧାନମନ୍ତ୍ରୀ ଶେହବାଜ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଘଟଣାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବିକ୍ଷୋଭକାରୀମାନେ ଦଳର ସଂଘୀୟ ସରକାର ବିରୋଧରେ ସ୍ଲୋଗାନ ଦେଇ ମନ୍ତ୍ରୀଙ୍କୁ ଘେରିଯିବା ସହ ଗାଡ଼ି ଉପରେ ଆକ୍ରମଣ କରିଥିଲେ। କେନ୍ଦ୍ର ସୂଚନା ମନ୍ତ୍ରୀ ଅଟ୍ଟା ତରାର ମଧ୍ୟ ଏହି ଘଟଣାକୁ ଗମ୍ଭୀର ବୋଲି କହି ଆକ୍ରମଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କହିଛନ୍ତି। ଆକ୍ରମଣରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରି ରିପୋର୍ଟ ଦେବାକୁ ପ୍ରଦେଶ ପୁଲିସ ମହାନିର୍ଦ୍ଦେଶ ଆଦେଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+