Get Updates
Get notified of breaking news, exclusive insights, and must-see stories!

ଆତଙ୍କବାଦୀଙ୍କୁ କୋଟିପତି କରିବେ ପାକ୍ ସରକାର, ନେଲେ ଏହି ପଦକ୍ଷେପ.....

ସୁଧୁରୁନି ପାକିସ୍ତାନ; ବିଦେଶରୁ ଋଣ ଆଣି ପୁଣି ଆତଙ୍କବାଦ ବଢ଼ାଇବାକୁ ଅଣ୍ଟାଭିଡ଼ିଲେଣି ଶେହେବାଜ ସରକାର । ଭାରତର ଅପରେଶନ୍ ସିନ୍ଦୂରରେ ପାକିସ୍ତାନରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ବାବଦକୁ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ୧ କୋଟି ଟଙ୍କା ଘୋଷଣା କରିଛନ୍ତି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଶେହବାଜଙ୍କ ଘୋଷଣା ଏବଂ ମିଡିଆ ରିପୋର୍ଟ ଅନୁସାରେ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମସୁଦ ଅଜହର ପରିବାରର ୧୪ ଜଣଙ୍କ ମୃତ୍ୟୁ ଘଟିଛି, ଯାହାଫଳରେ ମସୁଦରକୁ କ୍ଷତିପୂରଣ ବାବେଦକୁ ୧୪ କୋଟି ଟଙ୍କା ମିଳିବା ନେଇ ଖବର ପ୍ରକାଶ ପାଇଛି ।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ଲମ୍ବା ପୋଷ୍ଟ ପୋଷ୍ଟ କରିଛି, ଯେଉଁଥିରେ ଆତଙ୍କବାଦୀଙ୍କ ପାଇଁ କ୍ଷତିପୂରଣ ଏବଂ ସେମାନଙ୍କ ଆଡ୍ଡାର ପୁନଃନିର୍ମାଣ ଘୋଷଣା କରାଯାଇଛି। ୬-୭ ମଇ ମଧ୍ୟରାତ୍ରିରେ ଅପରେଶନ ସିନ୍ଦୂର ଆରମ୍ଭ ହୋଇଥିଲା, ଯେଉଁଥିରେ ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ସଠିକ ଟାର୍ଗେଟ କରି ଧ୍ୱଂସ କରିଥିଲା। ଏଥିରେ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ଶିବିର ଅନ୍ତର୍ଭୁକ୍ତ। ଏହି ଆତଙ୍କବାଦୀ ଆଡ୍ଡାଗୁଡ଼ିକରେ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରାଯାଇଥିଲା।

Masood Azhar

ଅପରେଶନ ସିନ୍ଦୁରରେ ମାସୁଦ ଆଝାରର ପରିବାରର ୧୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି, ତେଣୁ ପାକିସ୍ତାନ ସରକାର ତାଙ୍କ ପରିବାରକୁ ୧୪ କୋଟି ଟଙ୍କା କ୍ଷତିପୂରଣ ଦେବେ ବୋଲି ଜଣାପଡିଛି। ପାକ ପ୍ରଧାନମନ୍ତ୍ରୀ ଶହବାଜ ସରିଫ କହିଛନ୍ତି ଯେ ଆକ୍ରମଣରେ ମୃତକଙ୍କ ପାଇଁ ଘର ନିର୍ମାଣ କରିବା ଏବଂ ସେମାନଙ୍କ ପିଲାମାନଙ୍କର ଯତ୍ନ ନେବା ସରକାରଙ୍କ ଦାୟିତ୍ୱ ଏବଂ ସରକାର ଏହି ଦାୟିତ୍ୱ ପୂରଣ କରିବେ। ସମସ୍ତ ଆହତଙ୍କ ଚିକିତ୍ସାର ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ। ଶହବାଜ ସରିଫ ଯେଉଁ ଲୋକଙ୍କ କଥା କହୁଛନ୍ତି, ସେମାନେ ସମସ୍ତେ ଆତଙ୍କବାଦୀ ଥିଲେ ଯେଉଁମାନେ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରୁଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+