Get Updates
Get notified of breaking news, exclusive insights, and must-see stories!

ବ୍ୟାନ୍ ହେବ ପିଟିଆଇ! କଣ ହେବ ଇମ୍ରାନଙ୍କ ରାଜନୈତିକ ଭବିଷ୍ୟତ?

ପାକିସ୍ତାନ ରାଜନୀତିରେ ଆଉ ରହିବନି ବିରୋଧୀ ଦଳ । ବିରୋଧୀଙ୍କୁ ସମ୍ପୁର୍ଣ୍ଣ ଶେଷ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କଲା ପାକିସ୍ତାନର ଶାସକ ଦଳ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ଏବେ ବଡ଼ ଝଟକା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି । ତାଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ(ପିଟିଆଇ) ଖୁବଶୀଘ୍ର ଦେଶରେ ବ୍ୟାନ ହେବାକୁ ଯାଉଛି । ଦେଶ ବିରୋଧୀ କାର୍ଯ୍ୟରେ ପିଟିଆଇ ଲିପ୍ତ ଥିବାରୁ ଏହାକୁ ପାକିସ୍ତାନରେ ଅସିଦ୍ଧ ଘୋଷଣା କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲା ତରାର କହିଛନ୍ତି, "ପିଟିଆଇକୁ ବ୍ୟାନ୍ କରିବା ପାଇଁ ଗୋଟିଏ କେସ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ମାମଲା ସୁପ୍ରିମକୋର୍ଟକୁ ଯିବ । ପିଟିଆଇକୁ ଦେଶରେ ବ୍ୟାନ କରିବା ପାଇଁ ସରକାରଙ୍କ ପାଖରେ ପ୍ରମାଣ ରହିଛି । ସରକାର ଏବେ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।"

ପିଟିଆଇ ଦେଶଦ୍ରୋହୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ସରକାର ଏହି ନିଷ୍ପତି ନେଇଛନ୍ତି । ଏପରିକି ସେ ଆଇଏସ୍‌ଏଫରୁ ପାକିସ୍ତାନକୁ ମିଳିବାକୁ ଥିବା ଅର୍ଥକୁ ରୋକିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଦେଶରେ ସେ ଦଙ୍ଗାକୁ ପ୍ରୋତ୍ସାହିତ କରିବା ସହ ଗୋପନୀୟ ଦସ୍ତାବିଜ୍ ତଥା ସୂଚନା ପ୍ରଘଟରେ ତାଙ୍କ ଦଳର ସମ୍ପୃକ୍ତ ରହିଛି । ତେଣୁ ପାକିସ୍ତାନ ସ୍ଥାନ ଏବଂ ପିଟିଆଇ ଏକା ସାଙ୍ଗରେ ଚାଲିପାରିବନି ବୋଲି ସେ କହିଛନ୍ତି । ପିଟିଆଇର ପ୍ରତିଷ୍ଠାତା ଇମ୍ରାନ୍ ପ୍ରାୟ ବର୍ଷେ ହେଲାଣି ଜେଲରେ ଥିବାବେଳେ ପାକ୍ ସରକା ଏଭଳି ନିଷ୍ପତି ନେଇଛନ୍ତି ।

imran khan

ବର୍ତ୍ତମାନ ଜେଲରେ ଥିବା ଇମ୍ରାନ ଖାନଙ୍କ ଦଳ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ ସତ୍ବେ ବିରୋଧୀ ଆସନରେ ବସିଥିଲା । ଇମ୍ରାନ ୧୯୯୬ ମସିହାରେ ପିଟିଆଇର ସ୍ଥାପନା କରିଥିଲେ । ଏହାର ୨୨ ବର୍ଷ ପରେ ଅର୍ଥାତ ୨୦୧୮ରେ କ୍ଷମତାରୁ ଆସିଥିଲା ପିଟିଆଇ । ପରେ ୨୦୨୨ରେ ଅନାସ୍ଥା ଭୋଟରେ ପରାଜିତ ହେବା ପରେ କ୍ଷମତାରୁ ହଟିଥିଲା ପିଟିଆଇ । ପିଟିଆଇ ବ୍ୟାନ ହେଲେ କ'ଣ ହେବ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈତିର ଭବିଷ୍ୟତ ? ତାହାଏବେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+