ଜାମ୍ମୁ କାଶ୍ମୀରରୁ ତେହେରିକ-ଏ-ହୁରିୟତକୁ ବ୍ୟାନ୍ ଉପରେ ପାକିସ୍ତାନ ଖୋଲିଲା ମୁହଁ,ଜାଣନ୍ତୁ ଭାରତ ସରକାରଙ୍କୁ କଣ କହିଲା
ନୂଆଦିଲ୍ଲୀ:କେନ୍ଦ୍ର ସରକାର ରବିବାର (ଡିସେମ୍ବର ୩୧) ରେ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପାକିସ୍ତାନ ସମର୍ଥକ ଦଳ ତେହେରିକ-ଏ-ହୁରିୟତ (TEH) ଉପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ । କେନ୍ଦ୍ର ସରକାର କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଏବଂ ଭାରତ ବିରୋଧୀ ପ୍ରଚାର ପ୍ରସାର ପାଇଁ ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟତକୁ ବ୍ୟାନ କରାଯାଇଛି ।
ଭାରତ ତେହେରିକ-ଏ-ହୁରିୟତ (TEH) ଉପରେ ପ୍ରତିବନ୍ଧକ ଲଗାଇବା ପରେ କ୍ରୋଧିତ ହୋଇଛି ପାକିସ୍ତାନ । ପାକିସ୍ତାନର ବଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରେସ ବିଜ୍ଞପ୍ତି ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟ ତେହେରିକ-ଏ-ହୁରିୟତ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିନ୍ଦା କରିଛି । ସେ କହିଛନ୍ତି ଯେ ଏହି ଉପାୟରେ କୌଣସି ଦଳକୁ ନିଷେଧ କରିବା ମାନବିକ ଅଧିକାରର ଉଲ୍ଲଂଘନ । ପାକିସ୍ତାନ କହିଛି ଯେ ଏଭଳି ନିଷ୍ପତ୍ତି ନେଇ ଭାରତ କାଶ୍ମୀରରେ ଅନ୍ତର୍ଜାତୀୟ ନିୟମକୁ ଖଣ୍ଡନ କରୁଛି ଏବଂ କାଶ୍ମୀରବାସୀଙ୍କ ଅଧିକାରକୁ ଦମନ କରୁଛି ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ
ଆତଙ୍କବାଦ ପାଇଁ ଶୂନ୍ୟ ସହନଶୀଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଅନୁଯାୟୀ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ପ୍ରତ୍ୟେକ ବ୍ୟକ୍ତି କିମ୍ବା ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରତର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଲେଖିଛନ୍ତି, "ତେହେରିକ-ଇ-ହୁରିୟତ, ଜମ୍ମୁ-କଶ୍ମୀର (TEH) କୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (UAPA) ଅଧୀନରେ ଏକ ବେଆଇନ ସଂଗଠନ ଭାବେ ଘୋଷଣା କରାଯାଇଛି । ଏହି ସଂଗଠନ ଜାମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରିବା ଏବଂ ଇସଲାମିକ ନିୟମ ପ୍ରତିଷ୍ଠା କରିବା ନିଷେଧ କାର୍ଯ୍ୟକଳାପରେ ଜଡିତ ରହିଥିଲା ।
ସୁଚନାନୁସାରେ, ପାକିସ୍ତାନ ସମର୍ଥକ ତଥା ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ କୁଖ୍ୟାତ ତେହେରିକ-ଇ-ହୁରିୟତ ଗୋଷ୍ଠୀର ନେତୃତ୍ୱ ଏହା ପୂର୍ବରୁ ଗିଲାନିଙ୍କ ହାତରେ ଥିଲା । ଏହା ପରେ ଏହାର ନେତୃତ୍ୱ ମସ୍ରାଟ ଆଲାମ ଭଟ୍ଟଙ୍କ ନିକଟକୁ ଆସିଥିଲା । ଭାରତ ବିରୋଧୀ ତଥା ପାକିସ୍ତାନ ସମର୍ଥକ ଏଜେଣ୍ଡା ଚଳାଇବା ପାଇଁ ଭଟ୍ଟ ଜଣାଶୁଣା । ଭଟ୍ଟ ବର୍ତ୍ତମାନ ଜେଲରେ ଅଛନ୍ତି ଏବଂ ତାଙ୍କ ପାର୍ଟି 'ମୁସଲିମ ଲିଗ୍ ଅଫ୍ ଜାମ୍ମୁ କାଶ୍ମୀର'କୁ ମଧ୍ୟ କିଛି ଦିନ ପୂର୍ବରୁ ନିଷିଦ୍ଧ ସଂଗଠନ ଘୋଷଣା କରିଥିଲେ କେନ୍ଦ୍ର ସରକାର ।












Click it and Unblock the Notifications