ଆଜି ଅପରାହ୍ନ ସୁଦ୍ଧା ପାକିସ୍ତାନ ନିର୍ବାଚନ ଫଳାଫଳ; ଚାଲିଛି ଭୋଟ ଗଣତି
ଆଜି ଆସିବ ପାକିସ୍ତାନ ନିର୍ବାଚନ ଫଳାଫଳ । ଅପରାହ୍ନ ସୁଦ୍ଧା ସମସ୍ତ ଆସନର ଆସିବ ଫଳାଫଳ । ଗତକାଲି ବ୍ୟାପକ ହିଂସା ମଧ୍ୟରେ ଶେଷ ହୋଇଛି ମତଦାନ । ହିଂସାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିଲେ । ୨୦ରୁ ଅଧିକ ସ୍ଥାନରେ ବ୍ୟାଲଟ୍ ବକ୍ସ ଲୁଟ୍ ହୋଇଥିଲା।
ମିଳିଥିବା ଖବର ଅନୁସାରେ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହରିକ-ଇ-ଇନସାଫ୍ ୧୫୪ଟି ଆସନରେ ଆଗୁଆ ରହିଛି । ସେହିପରି ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ ଲିଗ୍ ନୱାଜ ପାର୍ଟି ୪୭ଟି ଆସନରେ ଆଗୁଆ ରହି କଡା ଟକ୍କର ଦେଉଛନ୍ତି ।
ପାକିସ୍ତାନ ନ୍ୟାସନାଲ ଆସେମବ୍ଲିରେ ମୋଟ ୩୩୬ ଆସନ ରହିଛି । ସେଥିମଧ୍ୟରୁ ୨୬୬ ଆସନରେ ପ୍ରାର୍ଥୀ ନିର୍ବାଚିତ ହୋଇ ନ୍ୟାସନାଲ ଅସେମ୍ବ୍ଲିକୁ ଆସନ୍ତି । ବାକି ୭୦ ସାଂସଦ ଆସନ ସଂରକ୍ଷିତ । ମହିଳାଙ୍କ ପାଇଁ ୬୦ ଆସନ ସଂରକ୍ଷିତ ଓ ଅଣମୁସଲିମଙ୍କ ପାଇଁ ୧୦ଟି ସିଟ ରିଜର୍ଭେସନ ରହିଛି । ତେଣୁ ମୋଟ ୨୬୬ ଆସନ ପାଇଁ ନିର୍ବାଚନ ହେଉଥିବାରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୩୪ ସିଟ ଆବଶ୍ୟକ । ତେଣୁ ପାକିସ୍ତାନରେ ପ୍ରାୟ ଦେଢବର୍ଷ ହେଲା ଚାଲିଥିବା ରାଜନୈତିକ ଘଟଣାବହୁଳ, ସେନାର ହସ୍ତକ୍ଷେପ ଦେଖିବା ଏବଂ ବେରୋଜଗାର ଓ ଆକାଶଛୁଆଁ ମହଙ୍ଗା ଦର ସହ ଜୁଝୁଥିବା ସାଧାରଣ ଜନତା ଏଥର ଶାସନ ଗାଦିରେ କାହାକୁ ବସାଉଛନ୍ତି ।

ଅପରାହ୍ନ ସୁଦ୍ଧା ଫଳାଫଳ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ପାକିସ୍ତାନରେ କିଏ ଗଢିବ ସରକାର, କାହାକୁ ମିଳିବ ବହୁମତ ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗୁରୁବାର ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ମତଦାନ ଶେଷ ହୋଇଥିଲା। ଭୋଟ ଗ୍ରହଣ ସରିବା ପରେ ଆରମ୍ଭ ହୋଇଥିଲା ଗଣତି।












Click it and Unblock the Notifications