Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନରେ ମତଦାନ ଜାରି, ମୋବାଇଲ- ଇଣ୍ଟରନେଟ୍ ସେବା ବନ୍ଦ

Pakistan Election: ପାକିସ୍ତାନରେ ନିର୍ବାଚନ ଆରମ୍ଭ ହେବାର ଠିକ୍ ପୂର୍ବରୁ ସାରା ଦେଶରେ ମୋବାଇଲ- ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଆତଙ୍କବାଦୀ ଘଟଣାର ମୁକାବିଲା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ବୋଲି ମଧ୍ୟବର୍ତ୍ତୀକାଳୀନ ସରକାର କହିଛନ୍ତି । ଜିଓ ନ୍ୟୁଜ୍ ଅନୁଯାୟୀ, ଭୋଟ୍ ଆରମ୍ଭ ପୂର୍ବରୁ ଅନେକ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯାଇଛି। ଇଣ୍ଟରନେଟ୍ ମନିଟର ନେଟବ୍ଲକ୍ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ଅପରେଟର ଜୋଙ୍ଗ ଉପରେ ମୋବାଇଲ୍ ଇଣ୍ଟରନେଟ୍ ନିଲମ୍ବନକୁ ନିଶ୍ଚିତ କରିଛି ।

ଆଜି ସକାଳ 8 ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସାଢେ 6 ଲକ୍ଷ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ପାକିସ୍ତାନର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ନିର୍ବାଚନ ପାଇଁ 5,121 ଜଣ ପ୍ରାର୍ଥୀ ପଞ୍ଜୀକୃତ କରିଛନ୍ତି - ହାରାହାରି 19ରୁ ଅଧିକ ପ୍ରାର୍ଥୀ ପ୍ରତ୍ୟେକ ଆସନରୁ ନାମାଙ୍କନ ଭରିଛନ୍ତି । ସେଥିମଧ୍ୟରୁ 4,806 (ପ୍ରାୟ 94%) ପୁରୁଷ ଏବଂ କେବଳ 312 ଜଣ ମହିଳା ଅଟନ୍ତି । ଏହି ନିର୍ବାଚନରେ ​​2 ଟି ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ମଧ୍ୟ ରହିଛନ୍ତି ।

Pakistan Election

ଏହି ସାଧାରଣ ନିର୍ବାଚନରେ 3ଟି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ପିଟିଆଇ, ପିଏମ୍ଏନ୍ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ୟ କଡ଼ା ଟକ୍କର ହେଉଥିବାର ଦେଖିବା ପାଇଁ ମିଳୁଛି । ସାଧାରଣ ନିର୍ବାଚନ ପାଇଁ 9,07,675 ମତଦାନ କେନ୍ଦ୍ର ଗଠନ କରାଯାଇଛି । ତେବେ ଚର୍ଚ୍ଚା ହେଉଛି ଏହି ନିର୍ବାଚନରେ ବିଜୟ ଲାଭ କରି ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପାଇଁ ଯାଉଛନ୍ତି ନୱାଜ ଶରିଫ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+