ପାକିସ୍ତାନ ମତଦାନ ବେଳେ ଆତଙ୍କବାଦୀ ଆକ୍ରମଣ:୫ ପୋଲିସ କର୍ମୀ ମୃତ, ୨ ଆହତ

Pakistan Election: ପାକିସ୍ତାନରେ ସାଧାରଣ ନିର୍ବାଚନା ପାଇଁ ଭୋଟିଂ ଜାରି ରହିଥିବା ବେଳେ ଆତଙ୍କବାଦୀ ଆକ୍ରମଣ । ଏକ ପୋଲିସ ଗାଡ଼ି ଉପରେ ପ୍ରଥମେ ଆଇଡି ବିସ୍ଫୋରଣ ଏବଂ ପରେ ଆଖିବୁଜା ଗୁଳିମାଡ଼ରେ ହୋଇଥିଲା । ଯେଉଁଥିରେ ୫ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ମତଦାନ ଜାରି ରହିଥିବା ବେଳେ ଖୈବର ପଖତୁନଖୱାର ଡେରା ଇସ୍ମାଇଲ ଜିଲ୍ଲାର କୁଲାଚିରେ ଆତଙ୍କବାଦୀମାନେ ଏକ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ୫ ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ହୋଇଥିଲା ଏବଂ ୨ ଜଣ ଗୁରୁତର ଆହତ ହୋଇଥିଲେ । ଆକ୍ରମଣ ପରେ ସାରା ଅଞ୍ଚଳରେ ଚହଶ ସୃଷ୍ଟି ହୋଇଛି ।

Pakistan Election 2024

ସେହିପରି NA-59 ଚାକୱାଲ ନିର୍ବାଚନମଣ୍ଡଳୀରେ ଏକ ରାଜନୈତିକ ଦଳର ନିର୍ବାଚନ ଶିବିରରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମରେ ଚାରି ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ନିର୍ବାଚନା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଇଣ୍ଟନେଟ୍ ସେବା ବନ୍ଦ କରାଯାଇଛି ।

ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମଧ୍ୟ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ବେଲୁଚିସ୍ତାନରପ୍ରାନ୍ତରେ ବିସ୍ଫୋରଣରେ ପାଖାପାଖି ୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+