ମହଙ୍ଗା ମାଡରେ ବେହାଲ ପାକିସ୍ତାନ; ପେଟ୍ରୋଲ ଲିଟର ପିଛା ୨୭୨ ଟଙ୍କା
କେବଳ ଯେ ରୁଟି, ଚିନି ଏବଂ ପାଣି ନୁହେଁ ଏଠାରେ ପେଟ୍ରୋଲ ଡିଜେଲ ଦର ବି ଆକାଶ ଛୁଆଁ ହେଲାଣି । ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଏକପ୍ରକାର ଶ୍ରୀଲଙ୍କ ପରି ହୋଇ ଗଲାଣି ।

Pakistan Petrol Price: ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ । ଲୋକଙ୍କ ଅବସ୍ଥା ଦିନକୁ ଦିନ ସୋଚନୀୟ ହେବାରେ ଲାଗିଛି । ରୁଟି, ଚିନି ଏବଂ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି । କେବଳ ଯେ ରୁଟି, ଚିନି ଏବଂ ପାଣି ନୁହେଁ ଏଠାରେ ପେଟ୍ରୋଲ ଡିଜେଲ ଦର ବି ଆକାଶ ଛୁଆଁ ହେଲାଣି । ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ଏକପ୍ରକାର ଶ୍ରୀଲଙ୍କ ପରି ହୋଇ ଗଲାଣି ।
ପେଟ୍ରୋଲ ଲିଟର ପିଛା ଦର ୨୭୨ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୨୮୦ ଟଙ୍କାରେ ପହଞ୍ଚିଛି । ପାକିସ୍ତାନ ଅର୍ଥ ବିଭାଗ ପକ୍ଷରୁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ନେଇ ବୁଧବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ତେଣୁ ଖାଲି ହୋଇ ଯାଉଥିବା ରାଜକୋଷ ବୃଦ୍ଧି ପାଇଁ ପାକିସ୍ତାନ ତୈଳ ଦର ବୃଦ୍ଧି କରିଛି । ତେବେ ପେଟ୍ରୋଲ୍ ଓ ଡିଜେଲ୍ ପରି ଅନ୍ୟାନ୍ୟ ଇନ୍ଧନ ଦର ବି ବୃଦ୍ଧି ପାଇଛି। କିରାସିନି ଲିଟରପିଛା ୨୦୨.୭୩ ଟଙ୍କା ଏବଂ ଲାଇଟ୍ ଡିଜେଲ୍ ଅଏଲ୍ ଲିଟର୍ପିଛା ୧୯୬.୬୮ ଟଙ୍କାରେ ବିକ୍ରି ହେଉଛି।
ପାକିସ୍ତାନରେ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦର
- ଅଟା- କିଲୋ ପିଛା ୧୨୦ଟଙ୍କା
- ଚାଉଳ- କିଲୋ ପିଛା ୨୦୦ଟଙ୍କା
- କ୍ଷୀର- ଲିଟର ପିଛା ୨୧୦ଟଙ୍କା
- ଆଳୁ- କିଲୋ ପିଛା ୭୦ ଟଙ୍କା
- ଟମାଟର- କିଲୋ ପିଛା ୧୩୦ଟଙ୍କା
- ଚିକେନ୍- କିଲୋ ପିଛା ୭୮୦ଟଙ୍କାରେ
ଅନ୍ୟପଟେ ପାକିସ୍ତାନ ଦେବାଳିଆ ସ୍ଥିତିରୁ ବାହାରିବା ପାଇଁ ଯେ କୌଣସି ପ୍ରକାରରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆର୍ଥିକ ସହାୟତା ଚାହୁଁଛି । ଏଥିପାଇଁ ଦେଶରେ ମିନି ବଜେଟ ଲାଗୁ କରାଯାଇଛି । ଏବେ ସରିଫ ସରକାର ପାଇଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମଏଫ୍ ଏକମାତ୍ର ବିକଳ୍ପ । କିନ୍ତୁ ବେଲଆଉଟ ପ୍ୟାକେଜ ତଥା ଅତିରିକ୍ତ ଆର୍ଥିକ ସହାୟତା ଦେବା ପାଇଁ ଆଇଏମଏଫ୍ ବେଶ କଠିନ ସର୍ତ୍ତ ରଖିଥିବା କୁହାଯାଉଛି । ତେବେ ଆଇଏମଏଫ, ବେଲ୍ଆଉଟ୍ ପ୍ୟାକେଜ୍ ସହାୟତା ପାଇଁ ସର୍ତ୍ତ ରଖିଛି ।












Click it and Unblock the Notifications