ଏହି କାରଣରୁ ଏଠାରେ ପାକିସ୍ତାନ ମୁତୟନ କଲା ଅଧିକ ସଂଖ୍ୟକ ସେନା

ପାକିସ୍ତାନର ଇସଲାମାବାଦରେ ପାକିସ୍ତାନ ତେହେରିକ୍‍-ଏଇନ୍‍ସାଫ୍‍ - ପି.ଟି.ଆଇ. ସଦସ୍ୟଙ୍କ ହିଂସାକାଣ୍ଡକୁ ରୋକିବା ଲକ୍ଷ୍ୟରେ ଆଜି ସେନା ମୁତୟନ କରାଯାଇଛି । ଏହି ହିଂସାତ୍ମକ ଘଟଣାରେ ୬ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ପରେ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ହିଂସାକାଣ୍ଡରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆବଶ୍ୟକ ସ୍ଥଳେ ଗୁଳି ଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି । ଆଇନ୍‍ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଡ଼ିଲେ କର୍ଫ୍ୟୁ ଜାରି କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାଁଙ୍କ ସମର୍ଥକ ପି.ଟି.ଆଇ. ସଦସ୍ୟମାନେ ରାଜଧାନୀର ଡି. ଚୌକ୍‍ ଅଭିମୁଖେ ଯାତ୍ରା ଜାରି ରଖିଛନ୍ତି ।

Pakistan deploys army troops

ସରକାର ଏବଂ ପି.ଟି.ଆଇ. ନେତାଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଥିବା ଜଣାପଡ଼ିଛି । ଏହି ହିଂସାକାଣ୍ଡରେ ଦୁଇ ଜଣ ପୁଲିସ୍‍ ଅଧିକାରୀ ଏବଂ ଚାରିଜଣ ପାକିସ୍ତାନୀ ରେଞ୍ଜରଙ୍କର ମୃତ୍ୟୁ ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+