ହାସିନାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ଉପରେ ପାକିସ୍ତାନର ବୟାନ, କହିଲା.....
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଦେଶର ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ୍ କୋର୍ଟ ମୃତ୍ୟୁଦଣ୍ଡ ଦେଇଛନ୍ତି। ପାକିସ୍ତାନ ଶୁକ୍ରବାର ଶେଖ୍ ହାସିନାଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି, ଏହା ଏକ ଆଭ୍ୟନ୍ତରୀଣ ବାଂଲାଦେଶୀ ମାମଲା ବୋଲି କହିଛି ।
ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି କହିଛନ୍ତି, "ଏହା ଦେଶର ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ପ୍ରକ୍ରିୟାର ଏକ ଆଭ୍ୟନ୍ତରୀଣ ବିଷୟ, ଯେପରି ମୁଁ ମୋର ପ୍ରାରମ୍ଭିକ ବିବୃତ୍ତିରେ କହିଥିଲି। ମୁଁ ଏହି ବିଷୟରେ ଅଧିକ ମନ୍ତବ୍ୟ ଦେବି ନାହିଁ।" ସେ ଆହୁରି କହିଛନ୍ତି, "ବାଂଲାଦେଶର ଲୋକମାନେ ସେମାନଙ୍କର ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ସେମାନଙ୍କର ସମସ୍ୟାର ସମାଧାନ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ।"

ଗତବର୍ଷ ଛାତ୍ର-ନେତୃତ୍ୱାଧୀନ ବିଦ୍ରୋହ ଉପରେ ଏକ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସୋମବାର ଏକ ବାଂଲାଦେଶୀ କୋର୍ଟ ୭୮ ବର୍ଷୀୟ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ବାଂଲାଦେଶରେ ଅଗଷ୍ଟ ୫ ତାରିଖ ବିଦ୍ରୋହ ପରଠାରୁ ଶେଖ୍ ହସିନା ଭାରତରେ ରହୁଛନ୍ତି। ଶେଖ୍ ହସିନାଙ୍କ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଶେଖ୍ ହସିନାଙ୍କ ଦଣ୍ଡାଦେଶ ପରେ, ବାଂଲାଦେଶୀ ସରକାର ଭାରତକୁ ପ୍ରତ୍ୟର୍ପଣ ଦାବି କରିଛନ୍ତି। ଏଣୁ ଭାରତ ଯଦି ପ୍ରତ୍ୟାର୍ପଣ କରିବାକୁ ରାଜି ନହୁଏ ତେବେ ଏହି ଆଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ ।












Click it and Unblock the Notifications