ଆଫଗାନିସ୍ତାନ ବିରୋଧରେ ପାକିସ୍ତାନର ଯୁଦ୍ଧ ଘୋଷଣା
ଆଫଗାନିସ୍ତାନ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ । ଗୁରୁବାର ପାକିସ୍ତାନ ସୀମାରେ ଭୟଙ୍କର ଆକ୍ରମଣ କରିଛି ଆଫଗାନିସ୍ତାନ । ଏକାଧିକ ପାକ୍ ପୋଷ୍ଚ୍ କୁ ଧ୍ୱଂସ କରିଦେଇଛି । ଯେଉଁଥିଲେ ପାକ୍ ଆର୍ମୀର ଅନେକ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଗତ ସପ୍ତାହରେ ହୋଇଥିବା ପାକିସ୍ତାନୀ ଆକ୍ରମଣର ପ୍ରତିକାର ପାଇଁ ଏହା ଏକ ଅଭିଯାନ ଆରମ୍ଭ କରିଛି। ଆଫଗାନିସ୍ତାନ ସୁରକ୍ଷା ବାହିନୀଙ୍କ ଉଦ୍ଧୃତି ଦେଇ ଟୋଲୋ ନ୍ୟୁଜ୍ ଏକ ପାକିସ୍ତାନୀ JF-୧୭ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି। ଆଫଗାନିସ୍ତାନ ସେନା ଆଫଗାନିସ୍ତାନ ଆକାଶ ସୀମାରେ ଅନୁପ୍ରବେଶ କରିଥିବା ଏକ ପାକିସ୍ତାନୀ ବିମାନକୁ ଗୁଳି କରି ଖସାଇ ଦେଇଛି। ତାଲିବାନ ସହିତ ଜଡିତ ଅନେକ ଗଣମାଧ୍ୟମ ଆକାଉଣ୍ଟ ପାକିସ୍ତାନୀ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି। ତାଲିବାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନୀ ବିମାନକୁ ଧକ୍କା ଦେଇଥାଇପାରେ।
ସେପଟେ ପାକିସ୍ତାନ ମଧ୍ୟ ପାଲଟା ଜବାବ ଦେଇଛି । ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ ଦକ୍ଷିଣ କାନ୍ଦାହାରରେ ପାକ୍ ତରଫରୁ ଆକ୍ରମଣ କରାଯାଇଛି । ଦୁଇ ଦିନ ତଳେ ପାକିସ୍ତାନ ଆଫଗାନ୍ ସୀମାରେ ଏୟାରଷ୍ଟ୍ରାଇକ୍ କରିଥିଲା । ଯେଉଁଥିରେ ୭୦ରୁ ଅଧିକ ଆଫଗାନ୍ ନାଗରିକ ପ୍ରାଣ ହରାଇଥିଲେ । ଗୁରୁବାରଠୁ ଏହାର ଜବାବ ଦେବା ଆରମ୍ଭ କରିଛି କାବୁଲ । ପାକିସ୍ତାନ ମଧ୍ୟ ଚୁପ୍ ବସିନି । ସେ ମଧ୍ୟ ତାଲିବାନ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ଯୁଦ୍ଧ ନେଇ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ ସୂଚନା ଦେଇଛନ୍ତି ।

ଆସିଫଙ୍କ ପୂର୍ବରୁ ପାକ୍ ସୂଚନା ମନ୍ତ୍ରୀ ଅତାଲ୍ଲାହ ତରାର ସୋସିଆଲ ମିଡିଆରେ କହିଥିଲେ ଯେ, ଆଫଗାନନରେ ତାଲିବାନର ଅନେକ ପ୍ରତିଷ୍ଠାନ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି । ଏହା ତାଲିବାନର ଆକ୍ରମଣାତ୍ମକ ଆଭିମୁଖ୍ୟର ସଠିକ୍ ଜବାବ ବୋଲି ସେ କହିଛନ୍ତି ।ସେପଟେ ଏସିଆରେ ଏବେ ବଡ ଯୁଦ୍ଧ ଦେଖିବାକୁ ମିଳିପାରେ । କାରଣ ଗୁରୁବାର ବିଳମ୍ବିତ ରାତ୍ରରେ କାବୁଲରେ ପ୍ରାୟ ୨ ଘଣ୍ଟା ପାକିସ୍ତାନର ବିମାନ ଗର୍ଜନ କରିଥିଲା । ଅନେକ ସ୍ଥାନରେ ବୋମା ବିସ୍ଫୋରଣ ସହ ଗୁଳିଗୋଳାର ଶବ୍ଦ ହୋଇଥିଲା । ଏହି ଜାଗା ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲାହ ଅଖୁନ୍ଦଜଦାଙ୍କ ଗଡ ବୋଲି ବିବେଚନା କରାଯାଏ ।
ପାକିସ୍ତାନୀ ମନ୍ତ୍ରୀ ଆତାଉଲ୍ଲାହ ତରାର X ରେ ଟ୍ୱିଟ୍ କରିଛନ୍ତି ଯେ ପାକିସ୍ତାନୀ ଆକ୍ରମଣରେ ୧୩୩ ଆଫଗାନ ସୈନିକ ନିହତ ହୋଇଛନ୍ତି ଏବଂ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନୀ ସେନା ୨୭ ଟି ଆଫଗାନ ପୋଷ୍ଟ ନଷ୍ଟ କରିଛି ଏବଂ ପାକିସ୍ତାନ ୯ଟି ଉପରେ ନିୟନ୍ତ୍ରଣ ରଖିଛି। ପାକିସ୍ତାନ ସରକାର ୮୦ରୁ ଅଧିକ ଆଫଗାନ ଟ୍ୟାଙ୍କ, ତୋପ ଏବଂ ଅନ୍ୟାନ୍ୟ ଉପକରଣ ନଷ୍ଟ କରିଥିବା ମଧ୍ୟ ଦାବି କରିଛି । ପାକିସ୍ତାନର ବିମାନ ଆକ୍ରମଣ ପରେ, ଆଫଗାନସ୍ତାନ ପୁନର୍ବାର ସକାଳ ୫ଟା୩୦ ରେ ସ୍ପିନ୍ ବୋଲଡାକ୍-ଚମନ ସୀମା ଏବଂ ହେଲମାଣ୍ଡ-ବାରମଚା ସୀମାରେ ପାକିସ୍ତାନ ଉପରେ ଆକ୍ରମଣ ଆରମ୍ଭ କରିଛି । ଆଫଗାନସ୍ତାନ ଏବେ ସୀମାର ଆଠଟି ସେକ୍ଟରରେ ପାକିସ୍ତାନ ସହିତ ଲଢ଼ୁଛି।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications