ପାକିସ୍ତାନରେ ଥିବା ଭାରତୀୟ ଦୂତାବାସକୁ ପାଣି ଗ୍ୟାସ ଯୋଗାଣ ବନ୍ଦ କଲା ପାକିସ୍ତାନ

ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଲଢେଇ ତୀବ୍ର ହୋଇଛି। ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ (ଉଚ୍ଚାୟୁକ୍ତ) କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଛନ୍ତି। ଏହା ପୂର୍ବରୁ ଭାରତୀୟ ଦୂତାବାସ ଓ ଏଠାରେ ରହୁଥିବା କୂଟନୀତିଜ୍ଞଙ୍କ ଘରକୁ ଖବରକାଗଜ ଯୋଗାଣକୁ ପାକିସ୍ତାନ ବନ୍ଦ କରିଦେଇଥିଲା। ଭାରତୀୟ କୂଟନୀତିଜ୍ଞଙ୍କୁ ମାନସିକ ନିର୍ଯାତନା ଦେବା ଉଦ୍ଦେଶ୍ୟରେ ପାକିସ୍ତାନ ଏପରି କରିଥିଲା।

Pakistan

ପାକିସ୍ତାନର ଏପରି କାର୍ଯ୍ୟର ଜବାବ ଦେବାକୁ ଯାଇ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ (ଉଚ୍ଚାୟୁକ୍ତ) କାର୍ଯ୍ୟାଳୟ ଓ ଏହାର କର୍ମଚାରୀଙ୍କ ଘରକୁ ଖବରକାଗଜ ଯୋଗାଣକୁ ଭାରତ ବନ୍ଦ କରିଦେଇଥିଲା। ଭାରତର ଏପରି ପଦ​‌େ​‌କ୍ଷପ ପରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଛି ପାକିସ୍ତାନ। ରିପୋର୍ଟ ଅନୁଯାୟୀ ସୁଇ ନଦର୍ଣ୍ଣ ଗ୍ୟାସ ପାଇପଲାଇନ ଲିମିଟେଡ (ଏସ୍‌ଏନଜିପିଏଲ୍‌) ଭାରତୀୟ ଦୂତାବାସ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ଘରକୁ ଗ୍ୟାସ ପାଇପଲାଇନ ଯୋଗାଇ ଥିଲା। ଏସ୍‌ଏନଜିପିଏଲ୍‌ ଅତି ଚଢା ଦରରେ ଏହି ଗ୍ୟାସ ଯୋଗାଣ କରୁଥିଲା। ଏବେ ଏହି ଗ୍ୟାସ ଯୋଗାଣକୁ କମ୍ପାନୀ ବନ୍ଦ କରିଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+