ସୀମା ବନ୍ଦ କରି ନିଜ ନାଗରିକଙ୍କୁ ଗ୍ରହଣ କରିବାକୁ କଲା ମନା ପାକିସ୍ତାନ

ପାକିସ୍ତାନ ଗୁରୁବାର ଦିନ ଅଟାରୀ-ୱାଘା ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରି ନିଜର ନାଗରିକଙ୍କୁ ଗ୍ରହଣ କରିବାକୁ ମନା କରିଦେଇଛି । ଯେଉଁମାନେ ଭାରତ ସରକାରଙ୍କ ଅନୁମତି ପରେ ସେମାନଙ୍କ ଦେଶକୁ ଫେରିବାକୁ ପ୍ରସ୍ତୁତ ଥିଲେ। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଭାରତ ସମସ୍ତ ସ୍ୱଳ୍ପମିଆଦୀ ଭିସାରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଏହାର ପରିଣାମ ସ୍ୱରୂପ, ବୁଧବାର ଦିନ ୧୨୫ ପାକିସ୍ତାନୀ ନାଗରିକ ଅଟାରୀ ସୀମା ଦେଇ ଫେରିଥିବା ବେଳେ, ସାତ ଦିନ ମଧ୍ୟରେ ମୋଟ ୯୧୧ ଜଣ ଦେଶ ଛାଡ଼ିଥିଲେ। କିନ୍ତୁ ପାକିସ୍ତାନ ସୀମା ବନ୍ଦ କରିବା ଯୋଗୁଁ ଅନେକ ପାକିସ୍ତାନୀ ନାଗରିକ ଅଟାରୀ-ୱାଘା ସୀମାରେ ଅଟକି ରହିଛନ୍ତି।

pakistan

ସୂଚନା ଅନୁଯାୟୀ, ଗୁରୁବାର ଦିନ କୌଣସି ବ୍ୟକ୍ତି ଉଭୟ ଦେଶ ମଧ୍ୟରେ ସୀମା ଅତିକ୍ରମ କରିପାରି ନଥିଲେ। ଭାରତ ସରକାର ପୂର୍ବରୁ ଘୋଷଣା କରିଥିଲେ ଯେ ଏପ୍ରିଲ ୩୦ ପରେ ସୀମା ବନ୍ଦ ହେବ, କିନ୍ତୁ ପାକିସ୍ତାନୀ ନାଗରିକଙ୍କୁ ଫେରିବା ପାଇଁ ଅନୁମତି ଦେବା ପାଇଁ ଏହାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଖୋଲା ରଖାଯାଇଛି। ତଥାପି, ପାକିସ୍ତାନ ସୀମା ଖୋଲିବାକୁ ମନା କରିଛି । ଏହା ଫଳରେ ଅନେକ ପାକିସ୍ତାନୀ ନାଗରିକ ସୀମାରେ ଅଟକି ରହିଛନ୍ତି।

ଅଟକି ରହିଥିବା ଜଣେ ପାକିସ୍ତାନୀ ନାଗରିକ ସୁରଜ କୁମାର କହିଛନ୍ତି, "ମୁଁ ମୋ ମା'ଙ୍କୁ ହରିଦ୍ୱାର ତୀର୍ଥଯାତ୍ରାରେ ନେଇଥିଲି। ୪୫ ଦିନିଆ ଭିସାରେ ଆସିଥିଲି, କିନ୍ତୁ ଏବେ ଫେରିବାକୁ କୁହାଯାଇଛି। ଆଜି ସକାଳ ୬ଟାରେ ଅଟାରୀ ପହଞ୍ଚିଥିଲି, କିନ୍ତୁ ସୀମା ବନ୍ଦ ଥିବା ଦେଖିଲି।" ଅନ୍ୟ ଜଣେ ପାକିସ୍ତାନୀ ନାଗରିକ ହର୍ଷ କୁମାର କହିଛନ୍ତି, "ମୁଁ ସକାଳ ୫ଟାରୁ ଅପେକ୍ଷା କରିଛି। ସୀମା ଖୋଲା ନାହିଁ। ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛି ସୀମା ଖୋଲନ୍ତୁ ଓ ଆମକୁ ଫେରାଇ ନିଅନ୍ତୁ।"

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା, ଅଟାରୀ-ୱାଘା ସୀମା ବନ୍ଦ କରିବା ଏବଂ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରିଛି। ପାକିସ୍ତାନ ମଧ୍ୟ ପ୍ରତିଶୋଧମୂଳକ ପଦକ୍ଷେପ ନେଇ ଭାରତୀୟ ବିମାନ ପାଇଁ ନିଜ ଆକାଶପଥ ବନ୍ଦ କରିଛି ଏବଂ ସମସ୍ତ ବାଣିଜ୍ୟ ବନ୍ଦ କରିଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+