ପାକିସ୍ତାନରେ ବିସ୍ଫୋରଣ: ୪୪ ମୃତ, ୨ ଶହରୁ ଅଧିକ ଆହତ

Pakistan Blast News In Odia: ପାକିସ୍ତାନରେ ବିସ୍ଫୋରଣରେ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ୨ ଶହରୁ ଅଧିକ ଆହତ ହୋଇଛନ୍ତି । ଖାଇବର ପକଟୁଙ୍ଖୱା ପ୍ରୋଭିନ୍ସର ବଜଭର ଖାରରେ ବିସ୍ପୋରଣ ହୋଇଛି । ବସ୍ଫୋରଣ ପଛରେ ଆଇଏସର ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି । ସୂଚନା ଅନୁସାରେ, ଏକ ରାଲି ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁସାରେ, ପାକିସ୍ତାନ ବୋମା ବିସ୍ଫୋରଣରେ ଜଣେ ସ୍ଥାନୀୟ JUI-F ନେତାଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏକ ସମ୍ମିଳନୀ ମଧ୍ୟରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ପୋଲିସ ଏବଂ ଆଇନ ଶୃଙ୍ଖଳାକାରୀ ସଂସ୍ଥା ଏହି ଅଞ୍ଚଳକୁ ଘେରି ରହିଛନ୍ତି । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ପୋଲିସ ନିଶ୍ଚିତ କରିନାହିଁ । ଆହତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।

ପ୍ରାଦେଶିକ ପୋଲିସ ଏକ ବିବୃତ୍ତିରେ କହିଛି ଯେ, ଆତ୍ମଘାତୀ ବିସ୍ଫୋରଣକାରୀ ନିଜ ବିସ୍ଫୋରଣରେ ଭରା ଏକ ଜ୍ୟାକେଟ୍ ମଞ୍ଚ ନିକଟରେ ରଖିଦେଇଥିଲା । ଯେଉଁ ମଞ୍ଚରେ ଦଳର ବହୁ ବରିଷ୍ଠ ନେତା ବସିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ବସ୍ଫୋରଣ ପଛରେ ଆଇଏସର ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି ।

Pakistan Blast
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+