ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ୧୦ ମୃତ

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । ଆକ୍ରମଣରେ ୯ ଶିଶୁଙ୍କ ସମେତ ଜଣେ ମହିଳା ପ୍ରାଣ ହରାଇଛନ୍ତି । ପାକିସ୍ତାନୀ ସେନା ଆପାଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଭୟଙ୍କର ଆକ୍ରମଣ କରିଛି । ତାଲିବାନ ଏନେଇ ସ୍ପଷ୍ଟ କରିଛି । ତାଲିବାନ ସରକାରଙ୍କ ମୁଖପାତ୍ର ଜବୀହୁଲ୍ଲାହ ମୁଜିହାଦ ପାକିସ୍ତାନର ଆକ୍ରମଣକୁ ନିନ୍ଦା କରିବା ସହ ଜବାବ ଦିଆଯିବ ବୋଲି ଧମକ ଦେଇଛନ୍ତି । ତାଲିବାନ କହିଛି ଯେ, ଖୋସ୍ତ ପ୍ରାନ୍ତ ବ୍ୟତୀତ ପକ୍ତିକା ପ୍ରାନ୍ତରେ ଏୟାରଷ୍ଟ୍ରାଇକ୍ ହୋଇଛି । ସିରିଏଲ ଆଟାକରେ ଅନେକ ନାଗରିକଙ୍କ ଘର ଧ୍ୱଂସ ହୋଇଯାଇଛି ।

ଘଟଣାକୁ ନେଇ ପାକିସ୍ତାନ ଏବଂ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରାଳୟ ବିଧିବଦ୍ଧ ଭାବେ କୌଣସି ବୟାନ ଦେଇ ନାହାଁନ୍ତି । ତେବେ ଆକ୍ରମଣ ସେହି ସମୟରେ ହୋଇଛି, ଯେତେବେଳେ ପାକିସ୍ତାନ ପେଶାଓ୍ୱାରରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୬ ଜଣ କମାଣ୍ଡୋ ପ୍ରାଣ ହରାଇଥିଲେ । ଏଥିପାଇଁ ପାକ୍ ସରକାର ଆଫଗାନିସ୍ତାନକୁ ଦାୟୀ କରିଥିଲେ ।

pakisrtan army

ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ରହିଛି । ଅକ୍ଟୋବରରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଗତକାଲି ପାକିସ୍ତାନର ପେଶାୱର ବିସ୍ଫୋରଣ ହୋଇଥିଲା । ଫଳରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା । ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ଅର୍ଦ୍ଧସାମରିକ ବିଲ୍ଡିଂର ମୁଖ୍ୟ ଫାଟକରେ ଦୁଇଟି ବିସ୍ଫୋରଣ ସହିତ ଏହି ଆକ୍ରମଣ ଆରମ୍ଭ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+