ଆତଙ୍କୀଙ୍କୁ ସେନା ବଙ୍କରରେ ଲୁଚାଉଛି ପାକ୍ ସେନା

ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଭାରତ । ଏହି ଭୟ ଏବେ ପାକିସ୍ତାନକୁ ଘାରିଛି । ଯେଉଁଥିପାଇଁ ପରମାଣୁ ଯୁଦ୍ଧର ଧମକ ଦେବାକୁ ପଛାଇନାହାନ୍ତି ପାକିସ୍ତାନ ମନ୍ତ୍ରୀ । ଯୁଦ୍ଧରେ ଭାରତକୁ ହରାଇବା ସମ୍ଭବ ନୁହେଁ, ଏକଥା ପାକିସ୍ତାନ ଭଲ ଭାବେ ଜାଣିଛି । ହେଲେ ମୁହଁ ଟାଣ କରି ଓଲଟା ପରମାଣୁ ଆକ୍ରମଣର କଥା କହି ଡରାଇବାକୁ ଚେଷ୍ଟା କରୁଛି ।

ଅନ୍ୟପଟେ ଯୁଦ୍ଧକୁ ଦୃଷ୍ଟିରେ ରଖି ଜାମ୍ମୁ-କାଶ୍ମୀର ଏବଂ ପାକିସ୍ତାନ ସୀମାରେ ସକ୍ରିୟ ଥିବା ଆତଙ୍କବାଦୀ ଏବଂ ସଂଗଠନଗୁଡିକ ଆତଙ୍କିତ ହୋଇପଡିଛନ୍ତି। ଯେଉଁ କାରଣରୁ ପାକିସ୍ତାନ ପିଓକେ (ପାକ୍ ଅଧିକୃତ କାଶ୍ମୀର)ରେ ସକ୍ରିୟ ଥିବା ଆତଙ୍କବାଦୀଙ୍କୁ ଆନ୍ତର୍ଜାତିକ ସୀମାରୁ ହଟାଇ ସେନା ବଙ୍କରରେ ଲୁଚାଇ ରଖୁଥିବା ଜଣାପଡିଛି। ଆନ୍ତର୍ଜାତିକ ସୀମା ଅପରପାର୍ଶ୍ୱରେ ଏକାଧିକ ଲଞ୍ଚିଂ ପ୍ୟାଡ୍‌କୁ ଭାରତୀୟ ସେନା ଠାବ କରିବା ପରେ ଆତଙ୍କବାଦୀଙ୍କ ମନରେ ଛନକା ପଶିଛି। ଭାରତୀୟ ସେନା କୌଣସି ମୁହୂର୍ତ୍ତରେ ସେମାନଙ୍କ ଠିକଣା ଉପରେ ଆକ୍ରମଣ କରିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି।

ପୂର୍ବରୁ ଉରି ଓ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ୨୦୧୬ ଓ ୨୦୧୯ରେ ସର୍ଜିକାଲ ଷ୍ଟାଇକ୍ କରିସାରିଛି। ବର୍ତ୍ତମାନ ଆତଙ୍କବାଦୀଙ୍କୁ ପିଓକେର କେଲ୍‌, ସାର୍ଦି, ଦୁଧନିଆଲ, ଅଥ୍‌ମୁକ୍ୱାମ, ଚମନକୋଟ୍‌, ଜୁରା, ଲିପା, ପଛିବାନ୍‌, କାହୁଟା, କୋତ୍‌ଲି, ଖୁଇରାଟ୍ଟା, ମାନ୍ଧାର, ନିକୈଲ ଭଳି ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ପାକିସ୍ତାନ ଯେକୌଣସି ଉପାୟରେ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇବାକୁ ତତ୍ପର ହୋଇଉଠିଛି।

pakistan army

ଭାରତ ବିପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଏକପ୍ରକାର ଅକ୍ଷମ ଥିବା ପାକିସ୍ତାନ ବର୍ତ୍ତମାନ ଆତଙ୍କବାଦକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଯଦି ଆତଙ୍କବାଦୀ ଓ ସେମାନଙ୍କର ଆଡ୍ଡାସ୍ଥଳକୁ ଭାରତ ଧ୍ୱଂସ କରେ, ତେବେ ପାକିସ୍ତାନର ଏହି ରଣନୀତି ସବୁଦିନ ପାଇଁ ଅକାମୀ ହୋଇପଡିବ। ମିଳିଥିବା ସୂଚନା ମୁତାବକ ପିଓକେରେ ୪୨ଟି ଲଞ୍ଚିଂ ପ୍ୟାଡ୍ ଏବଂ ଆତଙ୍କବାଦୀଙ୍କ ତାଲିମ ଶିବିର କାର୍ଯ୍ୟକ୍ଷମ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+