Get Updates
Get notified of breaking news, exclusive insights, and must-see stories!

‘ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ'

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପୁଣିଥରେ ତାଙ୍କ ଲୋକଙ୍କୁ ଦୁଇ-ରାଷ୍ଟ୍ର ତତ୍ତ୍ୱ ଏବଂ ହିନ୍ଦୁମାନଙ୍କଠାରୁ ସେମାନଙ୍କର ପୃଥକ ପରିଚୟ ବିଷୟରେ ମନେ ପକାଇ ଦେଇଛନ୍ତି। ଆମର ପୂର୍ବପୁରୁଷମାନେ ଭାବୁଥିଲେ ଯେ ଆମେ ପ୍ରତ୍ୟେକ ଦୃଷ୍ଟିକୋଣରୁ ହିନ୍ଦୁମାନଙ୍କଠାରୁ ଭିନ୍ନ, ଆମର ରୀତି, ଆମର ଧର୍ମ, ଆମର ଚିନ୍ତାଧାରା, ସବୁକିଛି ସେମାନଙ୍କଠାରୁ ଭିନ୍ନ। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଭାରତ ଏବଂ ହିନ୍ଦୁମାନଙ୍କ ବିରୁଦ୍ଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଆମେ ସବୁ ମାମଲାରେ ହିନ୍ଦୁମାନଙ୍କ ଠାରୁ ଅଲଗା । ଆମର ପୂର୍ବଜ ମାନେ ଭାବନ୍ତି କି ଆମେ ଜୀବନର ପ୍ରତିକ୍ଷେତ୍ରରେ ହିନ୍ଦୁଙ୍କ ଠାରୁ ଅଲଗା । ଆମର ଧର୍ମ ଅଲଗା । ଆମର ରୀତିନୀତି ଅଲଗା । ଆମର ସଂସ୍କୃତି ଆମର ଚିନ୍ତାଧାରା ଅଲଗା । ଆମେ ୨ଟି ଦେଶ,ଗୋଟିଏ ଦେଶ ନୁହେଁ । ଏହି ଦେଶ ପାଇଁ ଆମ ପୂର୍ବପୁରୁଷମାନେ ବଳିଦାନ ଦେଇଥିଲେ । ସେମାନେ ଏହି ଦେଶକୁ ତିଆରି କରିବାକୁ ଅନେକ ବଳିଦାନ ଦେଇଛନ୍ତି । ଆମେ ଜାଣିଛୁ ସେସବୁ ଆମେ କେମିତି ରକ୍ଷା କରିବୁ ।

pak army chief

ପାକିସ୍ତାନ ଏକ ଧାର୍ମିକ ଚିନ୍ତାଧାରା ଉପରେ ତିଆରି ହୋଇଛି । ପାକିସ୍ତାନବାସୀଙ୍କୁ ସମ୍ବୋଧିତ କରିବା ସମୟରେ ଜେନେରାଲଆସିମ ମୁନିର ଆର୍ମି ଚିଫ୍‌ ବଦଳରେ ଏକ କଠୋରପନ୍ଥୀ ମୌଲାନାଙ୍କ ପରି ବୟାନ ଦେଉଥିବାର ନଜର ଆସିଥିଲେ । ତାଙ୍କ ଭାଷଣରେ କେବଳ ଇସଲାମ୍‌, କଲମା,ମକ୍କା-ମଦିନା ପରି ଶବ୍ଦ ଥିଲା । ଏହି କାରଣରୁ ପାକିସ୍ତାନରେ ଜେନେରାଲ ମୁନିରଙ୍କୁ ମୁ୍ଲ୍ଲା ଜେନେରାଲ ବି କୁହାଯାଏ । ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଅନେକ ବଡ ନେତା ମଧ୍ୟ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+