ପରାଜୟ ସତ୍ତ୍ବେ ପାକିସ୍ତାନ ସେନା ମୁଖ୍ୟ ମୁନିରଙ୍କୁ ପଦୋନ୍ନତି, ହେଲେ ଫିଲ୍ଡ ମାର୍ଶାଲ
ପହଲଗାଓଁରେ ଆତଙ୍କବାଦୀ ରକ୍ତର ହୋଲି ଖେଳିବାର ସ୍କ୍ରିପ୍ଟ ଲେଖିଥିବା ପାକିସ୍ତାନ ସେନା ମୁଖ୍ୟଙ୍କୁ ପ୍ରମୋଶନ । ମଙ୍ଗଳବାର ପାକିସ୍ତାନ କ୍ୟାବିନେଟ୍ ମୁନିରଙ୍କ ପ୍ରମୋସନକୁ ମଞ୍ଜୁରୀ ଦେଇଛି । ଏହାଦ୍ବାର ସେନା ମୁଖ୍ୟ ଜେନେରାଲ ଅସିମ ମୁନିର ଫିଲ୍ଡ ମାର୍ଶଲ ରାଙ୍କକୁ ପଦୋନ୍ନତି ପାଇଛନ୍ତି । ସୂଚନାଯୋଗ୍ୟ, ପହଲଗାଓଁ ଆକ୍ରମଣର ସମ୍ପର୍କ ପାକିସ୍ତାନ ଓ ଆଇଏସଆଇ ସହ ରହିଥିବା ପ୍ରମାଣ ମିଳିଛି । ଏହାସହ ପାକିସ୍ତାନ ସେନାର ଜଣେ ଅଫିସର ସ୍ବୀକାର କରିଛନ୍ତି, ପହଊଗାଓଁ ଆତଙ୍କମବାଦୀ ଆକ୍ରମଣର ଯୋଜନା ଅସିମ ମୁନିର ହିଁ ବନାଇଥିଲେ ।

ପାକିସ୍ତାନୀ ଗଣମାଧ୍ୟମ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ବିବୃତି ଅନୁସାରେ, ପାକିସ୍ତାନ କ୍ୟାବିନେଟ ମଙ୍ଗଳବାର ଏହି ପଦୋନ୍ନତିକୁ ମଞ୍ଜୁରୀ ଦେଇଛି। ପାକିସ୍ତାନ ସେନାରେ ଫିଲ୍ଡ ମାର୍ଶାଲ ପଦବୀ କେବଳ ଏକ ବଡ଼ ସମ୍ମାନ ନୁହେଁ ବରଂ ରଣନୈତିକ ନିଷ୍ପତ୍ତି ନେବାରେ ସର୍ବୋଚ୍ଚ ଅଧିକାର ମଧ୍ୟ ପ୍ରଦାନ କରେ। ଏହାର ଅର୍ଥ ହେଉଛି ମୁନିରଙ୍କର ଏବେ ସେନାରେ ଅପାର କ୍ଷମତା ରହିବ। ଏହି ପଦବୀ ମୁନିରଙ୍କୁ କେବଳ ସେନା ଉପରେ ନିୟନ୍ତ୍ରଣ ଦେବ ନାହିଁ ବରଂ ରାଜନୈତିକ-ସାମରିକ ମାମଲାରେ ଏକ ନିର୍ଣ୍ଣାୟକ ଭୂମିକା ମଧ୍ୟ ଦେବ।
ଫିଲ୍ଡ ମାର୍ଶାଲ ହେବା ପରେ, ଅସୀମ ମୁନିରଙ୍କୁ ଏବେ ପାକିସ୍ତାନର ସେନା ଏବଂ ଗୁଇନ୍ଦା ସଂସ୍ଥା ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ପାଇଁ ମୁକ୍ତ ହାତ ମିଳିପାରେ। ଏହା ଭାରତ ବିରୁଦ୍ଧରେ ହାଇବ୍ରିଡ୍ ଯୁଦ୍ଧ ଆତଙ୍କବାଦ, ସାଇବର ଆକ୍ରମଣ ଏବଂ ପ୍ରକ୍ସି ଯୁଦ୍ଧ ଭଳି କାର୍ଯ୍ୟକଳାପକୁ ଆହୁରି ତୀବ୍ର କରିପାରିବ ବୋଲି କୁହାଯାଉଛି।












Click it and Unblock the Notifications