ନିଜ ପରିବାରକୁ ବିଦେଶ ପଠାଇଦେଲେ ପାକିସ୍ତାନ ସେନା ମୁଖ୍ୟ
ଭାରତ ଡ଼ରରେ କମ୍ପୁଛି ପାକିସ୍ତାନ। କାରଣ ପାକିସ୍ତାନର ସେନା ମୁଖ୍ୟ ଆସୀମ ମୁନିର, ଯିଏକି ପାକିସ୍ତାନର ସର୍ବେସର୍ବା। ଯାହା କଥାରେ ପୁରା ପାକିସ୍ତାନ ଚାଲେ। ସିଏ ଏବେ ଭାରତ ଭୟରେ ନିଜ ପରିବାରକୁ ବିମାନ ଯୋଗେ ବିଦେଶ ପଠାଇଦେଇଥିବା ସୂଚନା ମିଳିଛି। କାରଣ ପହଲଗାମ୍ ଆତଙ୍କୀ ଆକ୍ରମଣ ପଛରେ ଏହି ପାକିସ୍ତାନ ସେନା ମୁଖ୍ୟ ଆସୀମ ମୁନିରର ହାତ ଥିବା ଚର୍ଚ୍ଚା ହେଉଛି।
ତେଣୁ ତାର ଡର ଅଛି ଭାରତ ଯେଉଁଭଳି ଆଭିମୁଖ୍ୟ ଗ୍ରହଣ କରୁଛି। ଯେକୌଣସି ସମୟରେ ବି ହମଲା କରିପାରେ। ଭାରତ ଯେକୌଣସି ସମୟରେ ବି କଡ଼ା ପଦକ୍ଷେପ ନେଇପାରେ। କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। ସର୍ଜିକାଲ୍ ଷ୍ଟ୍ରାଇକ୍ କରିପାରେ। ଆଉ ତା ପୂର୍ବରୁ ସେନା ମୁଖ୍ୟ ଛାନିଆ ହୋଇଛନ୍ତି।

ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କେବଳ ଏହି ଆକ୍ରମଣର ଦୋଷୀ ମାନଙ୍କୁ ନୁହେଁ ସେମାନଙ୍କ ପ୍ରାୟୋଜକମାନଙ୍କୁ କଠୋର ଦଣ୍ଡ ଦିଆଯିବ । ଏହା ଜଣାଶୁଣା ଯେ ଆତଙ୍କବାଦର ପ୍ରାୟୋଜକ ଓ ପ୍ରେତ୍ସାହକ ହେଉଛି ପାକ୍ ସେନା ଓ ଆଇଏସଆଇ । ଏଣୁ ଭାରତର ଚରମବାଣୀ ପାକିସ୍ତାନୀ ସେନାଧିକାରୀମାନଙ୍କୁ ଚିନ୍ତାରେ ପକାଇଦେଇଛି












Click it and Unblock the Notifications