ପାକିସ୍ତାନ - ଆଫଗାନିସ୍ତାନ ସଂଘର୍ଷ, ଯୁଦ୍ଧ ବନ୍ଦ କରି ଆଲୋଚନା ପାଇଁ ବସ ; ଋଷ
ପାକିସ୍ତାନଓ ଆଫଗାନିସ୍ତାନ ସୀମାରେ ଚାଲିଥିବା ଉତ୍ତେଜନା ଏବେ ଏକ ଭୟଙ୍କର ତଥା ରକ୍ତାକ୍ତ ସଂଘର୍ଷର ରୂପ ନେଇଛି। ଏହା ଯୋଗୁ ଉଭୟ ଦେଶରେ ବିନାଶ ସୃଷ୍ଟି ହୋଇଛି। ଏହି ଗମ୍ଭୀର ସଙ୍କଟକୁ ଦୃଷ୍ଟିରେ ରଖି, ରୁଷ, ଚୀନ୍ ଏବଂ ଇରାନ ଭଳି ବଡ଼ ଦେଶ ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରି ଆଲୋଚନା ଟେବୁଲକୁ ଆସିବାକୁ ଅନୁରୋଧ କରିଛନ୍ତି। ସୀମାରେ ଭୟଙ୍କର ରକ୍ତାକ୍ତ ସଂଘର୍ଷ ମଧ୍ୟରେ, ରୁଷ ମଧ୍ୟ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରି ପାରସ୍ପରିକ ବିବାଦର ସମାଧାନ କରିବାକୁ ଏକ ବଡ଼ ପ୍ରସ୍ତାବ ଦେଇଛି। ରୁଷର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି, ବର୍ତ୍ତମାନ ଏକମାତ୍ର ଉପାୟ ହେଉଛି ସାମରିକ ଆକ୍ରମଣ ବନ୍ଦ କରିବା ଓ କୂଟନୈତିକ ସ୍ତରରେ ସମାଧାନ ଖୋଜିବା।

ଦୁଇ ଦେଶ ମଧ୍ୟରେ ଏହି ରକ୍ତାକ୍ତ ସଂଘର୍ଷ ପ୨୧ ଫେବ୍ରୁଆରିରେ ଆରମ୍ଭ ହୋଇଥିଲା=। କିନ୍ତୁ ବର୍ତ୍ତମାନ ଏହା ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହେବାକୁ ଯାଉଛି। ପ୍ରତିଶୋଧ ସ୍ୱରୂପ ତାଲିବାନ ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ କବଜା କରିଥିବା ତଥା ପ୍ରବଳ କ୍ଷତି ପହଞ୍ଚାଇବାର ଦାବି କରିଛି। ପାକିସ୍ତାନ ଆନୁଷ୍ଠାନିକ ଭାବରେ ଏହି ଖୋଲା ଯୁଦ୍ଧ ଘୋଷଣା କରିଛି। ଫଳରେ ସୀମାରେ ରହୁଥିବା ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ିଛି।।












Click it and Unblock the Notifications