ଇଦ୍'ରେ ପାକିସ୍ତାନରେ ବଡ଼ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ

Pakistan Accident News: ପାକିସ୍ତାନର ସିନ୍ଧ ଏବଂ ବାଲୁଚିସ୍ତାନ ପ୍ରଦେଶର ସୀମାନ୍ତ ସହର ନିକଟରେ ଏକ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଘାଟି ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି ।

Pakistan Accident

ତୀର୍ଥଯାତ୍ରୀମାନେ ବାଲୁଚିସ୍ତାନର ଖୁଜଦାର ଜିଲ୍ଲାର ସୁଦୂର ମୁସଲିମ ସୁଫି ଶ୍ରୀ ଶାହ ନୁରାନୀ ଅଭିମୁଖେ ଯାଉଥିବାବେଳେ ବୁଧବାର ହବ ସହରର ଏକ ଘାଟି ଖସିପଡିଥିଲା । ଏହି ଦୁର୍ଘଟଣା କରାଚି ଠାରୁ ପ୍ରାୟ ୧୧ କିଲୋମିଟର ଦୂରରେ ଘଟିଛି । ତେବେ ଏହି ଦୁର୍ଘଟଣା ନେଇ ଗୃହମନ୍ତ୍ରୀ ମୋହସିନ୍ ନାକଭି ସମବେଦନା ଜଣାଇବା ସହ କହିଛନ୍ତି ଯେ, ବସଟି ଭାରସ୍ୟାମ ହରାଇ ଘାଟିକୁ ଖସି ପଡିଛି । ସମସ୍ତ ଯାତ୍ରୀ ସିନ୍ଧ ପ୍ରଦେଶର ଥାଟ୍ଟା ସହରର ବାସିନ୍ଦା ଥିବା ନେଇ ସେ ସୂଚନା ଦେଇଛନ୍ତି ।

ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତ ଓ ଆହତମାନଙ୍କୁ କରାଚି ସିଭିଲ ହସ୍ପିଟାଲକୁ ନିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମୃତଦେହ ଚିହ୍ନଟ କରାଯାଇସରିଛି । ଅନ୍ୟ ସମସ୍ତ ଆହତ ମାନଙ୍କର ଚିକିତ୍ସା ଜାରି ରହିଛି । ତେବେ କମ୍ ସୁରକ୍ଷା ବ୍ୟବସ୍ଥା, ଖରାପ ଡ୍ରାଇଭର ତାଲିମ ଏବଂ ପରିବହନ ଭିତ୍ତିଭୂମି ଖରାପ ହେତୁ ପାକିସ୍ତାନରେ ଅନେକ ଥର ଭୟଙ୍କର ଦୁର୍ଘଟଣା ଘଟିଥାଏ । ୨୦୨୩ ଜାନୁଆରୀ ମାସରେ ମଧ୍ୟ ଏପରି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+