ନିଜ ଲୋକଙ୍କୁ ବି ନେଉନି ପାକିସ୍ତାନ , ବନ୍ଦ କରିଦେଲା ସୀମା
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତ ସରକାର ମେ' ୧ରୁ ଅଟ୍ଟାରୀ ବର୍ଡର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ମାନବିକତା ଆଧାରରେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଗରିକଙ୍କ ଯାତାୟାତ ପାଇଁ ଅଟାରୀ ସୀମା ଖୋଲା ରହିଛି । ଅର୍ଥାତ ଯେଉଁ ପାକିସ୍ତାନୀ ଏବେ ବି ବେଆଇନ ଭାବେ ଭାରତରେ ଅଛନ୍ତି ସେମାନେ ଅଟାରୀ ସୀମା ଦେଇ ପାକିସ୍ତାନ ଯାଇପାରିବେ । ହେଲେ ଏସବୁ ଭିତରେ ମାନବିକତା ଭୁଲିଗଲା ପାକିସ୍ତାନ ।
ଭାରତରୁ ଫେରୁଥିବା ପାକିସ୍ତାନୀଙ୍କ ପାଇଁ ନିଜ ଦେଶ ତରଫରୁ ୱାଘା ସୀମା ବନ୍ଦ କରି ଦିଆଯାଇଛି । ଆଜି ସକାଳ ଠାରୁ ଭାରତରେ ରହୁଥିବା ଜଣେ ବି ପାକିସ୍ତାନୀ ୱାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିପାରିନାହାଁନ୍ତି । ପାକିସ୍ତାନ ତରଫରୁ ଖୋଲାଯାଇଥିବା କାଉଣ୍ଟର ସକାଳ ୮ଟାରୁ ବନ୍ଦ ରହିଛି ।

ସେପଟେ ଭାରତ ସ୍ପଷ୍ଟ କରିଛି ଯେ, ଯେଉଁ ପାକିସ୍ତାନୀ ନାଗରିକମାନେ ଭାରତରେ ରହୁଛନ୍ତି ସେମାନେ ଆଗାମୀ ଆଦେଶ ପୂର୍ବରୁ ଭାରତ ଛାଡିବାକୁ ବାଧ୍ୟ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏପର୍ଯ୍ଯନ୍ତ ୯୨୯ ଜଣ ପାକିସ୍ତାନୀ ନାଗରିକ ଭାରତରୁ ପାକିସ୍ତାନ ଯାଇସାରିଛନ୍ତି ।












Click it and Unblock the Notifications